ଆଜି ବାଙ୍ଗାଲୋର-ରାଜସ୍ଥାନ ମୁକାବିଲା,ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ମୁମ୍ବାଇ : ଆଇପିଏଲ୍‌ ଇତିହାସରେ ଉଭୟ ବାଙ୍ଗାଲୋର ଓ ରାଜସ୍ଥାନ ଏପର୍ଯ୍ୟନ୍ତ ୨୩ଥର ମୁହାଁମୁହିଁ ହୋଇଥିଲା ବେଳେ ୧୦ ଲେଖାଏଁ ବିଜୟ ହାସଲ କରି ସମତୁଲ ସ୍ଥିତିରେ ରହିଛନ୍ତି। ଉଭୟଙ୍କ ମଧ୍ୟରେ ୩ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି। ବିରାଟଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସଞ୍ଜୁ ସାମ୍‌ସନ୍‌ଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଆଜି (ଗୁରୁବାର) ଚଳିତ ଆଇପିଏଲ୍‌ ଚତୁର୍ଦ୍ଦଶ ସଂସ୍କରଣର ୧୬ତମ ମ୍ୟାଚ୍‌ରେ ମୁକାବିଲା ହେବ। ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ୩ ମ୍ୟାଚ୍‌ ଖେଳିସାରିଥିବା ବିରାଟ ବାହିନୀ ହ୍ୟାଟ୍ରିକ୍‌ ବିଜୟ ସହ ଅପରାଜେୟ ରହି ୬ ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପ୍ରଥମ ଥର ନେତୃତ୍ବ ଭାର ପାଇଥିବା ସଞ୍ଜୁ ସାମ୍‌ସନ୍‌ଙ୍କ ଦଳ ସମାନ ୩ ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ୨ ପରାଜୟ ସହ ସପ୍ତମ ସ୍ଥାନରେ ରହିଛି। ତେଣୁ ଗୁରୁବାର ମ୍ୟାଚ୍‌କୁ ଜିତି ଅପରାଜେୟ ଧାରା ଜାରି ରଖିବା ଲାଗି ଆର୍‌ସିବିର ବଡ ଲକ୍ଷ୍ୟ ରଖିଥିଲା ବେଳେ ରାଜସ୍ଥାନ କିନ୍ତୁ ବିଜୟ ଧାରାକୁ ଫେରି ପଏଣ୍ଟ ତାଲିକାର ଉପରକୁ ଉଠିବାର ଲକ୍ଷ୍ୟ ରଖିଛି। ।
ରାଜସ୍ଥାନ ରୟାଲ୍ସ ଦଳ: ସଂଜୁ ସାମସନ୍‌ (ଅଧିନାୟକ ଓ ୱିକେଟରକ୍ଷକ), ଜୋସ୍ ବଟ୍ଟଲର୍‌, ବେନ୍ ‌ଷ୍ଟୋକ୍ସ, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୂଜ ରାୱତ, ରିୟାନ୍ ପରାଗ, ଡେଭିଡ୍‌ ମିଲର୍‌, ରାହୁଲ ତିୱାତିଆ, ମହିପାଲ୍‌ ଲୋମରର, ଶ୍ରେୟସ ଗୋପାଳ, ମୟଙ୍କ ମାର୍କେଣ୍ଡେ, ଅଣ୍ଡ୍ରିଉ ଟାଇ, ଜୟଦେବ ଉନାଦକତ୍‌, କାର୍ତିକ ତ୍ୟାଗୀ, ଶିଭମ ଦୁବେ, କ୍ରିସ୍‌ ମୋରିସ୍‌, ମୁସ୍ତାଫିଜୁର ରହମାନ, ଚେତନ ସାକାରିଆ, କେସି କାରିଆପ୍ପା, ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌, କୁଲଦୀଦ ଯାଦବ, ଆକାଶ ସିଂହ।
ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌: ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲିୟର୍ସ, ଆଦାମ ଜାମ୍ପା, ଦେବଦତ୍ତ ପଡିକଲ, କେନ୍‌ ୱିଲିୟମସନ୍‌, ମହମ୍ମଦ ସିରାଜ, ନଭଦୀପ ସୈନି, ପବନ ଦେଶପାଣ୍ଡେ, ସାହାବାଜ ଅହମ୍ମଦ, ୱାସିଂଟନ୍ ସୁନ୍ଦର, ୟୁଝବେନ୍ଦ୍ର ଚହଲ, ଡାନିଏଲ୍ ସାମ୍ସ, ହର୍ଷଲ ପଟେଲ୍‌, ଗ୍ଲେନ ମ୍ୟାକ୍ସୱେଲ, ସଚିନ ବେବି, ରଜତ ପଟିଦାର, ମହମ୍ମଦ ଆଝାରୁଦ୍ଦିନ୍‌, କାଏଲ୍ ଜାମିସନ୍‌, ଡାନ୍ କ୍ରିଷ୍ଟିଆନ୍‌, ସୂୟାଶ ପ୍ରଭୂଦେଶାଇ, କେଏସ୍ ଭାରତ, ଫିନ୍‌ ଆଲେନ୍‌।