ଟୋକିଓ ପାରା ଅଲିମ୍ପିକ୍ସ: ଭାରତକୁ ପ୍ରଥମ ପଦକ

ଟୋକିଓ: ଟେବୁଲ ଟେନିସରେ ଭାବିନା ପଟେଲ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ମେଡ଼ାଲରୌପ୍ୟ ପଦକ ଜିତିଛନ୍ତି । ପାରାଲିମ୍ପିକ୍ସରେ ପଦକ ଜିତିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା। ସେହିପରି ପାରାଲିମ୍ପିକ୍ସରେ ଟେବୁଲ ଟେନିସ୍‌ରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ।

ରବିବାର ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ଭାବିନା ବିଶ୍ୱର ନମ୍ବର ୧ ଖେଳାଳି ଚୀନ୍‌ର ଝୋଉ ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇଯାଇଥିଲେ। ଭାବିନା ପ୍ରଥମ ଥର ପାଇଁ ପାରାଲିମ୍ପିକ୍ସରେ ଭାଗ ନେଇଥିଲେ ଓ ଏଥିରେ ତାଙ୍କୁ ପଦକ ମିଳିଛି। ଅନ୍ୟପକ୍ଷରେ ଚୀନର ଝୋଉ ୟିଙ୍ଗ ଷଷ୍ଠ ଥର ପାଇଁ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।