ଟି-୨୦ ମ୍ୟାଚ ପାଇଁ ଟ୍ରାଫିକ୍ କଟକଣା

ଆସନ୍ତା ମଙ୍ଗଳବାର ଦିନ ବାରବାଟୀ ଷ୍ଟାଡିୟମ୍ ….

ଆସନ୍ତା ମଙ୍ଗଳବାର ଦିନ ବାରବାଟୀ ଷ୍ଟାଡିୟମ୍ କଟକରେ ଖେଳାଯିବାକୁ ଥିବା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ (ଭାରତ ବନାମ ଦକ୍ଷିଣ ଆଫ୍ରିକା) ଏବଂ ତା. ୦୮.୧୨.୨୦୨୫ ରିଖ ଦିନ ଅଭ୍ୟାସ ମ୍ୟାଚ ହେବାକୁ ଯାଉଛି । ଉକ୍ତ ଦିନ ମାନଙ୍କରେ ଖେଳ ଓ ଖେଳାଳି ମାନଙ୍କୁ ଦେଖୁବା ନିମନ୍ତେ ବାରବାଟୀ ଷ୍ଟାଡିୟମ୍ ଓ ଏହାର ଆଖପାଖରେ ବିପୁଳ ଜନସମାଗମ ହେବ। ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟତ କରିବା ନିମନ୍ତେ କମିସନରେଟ୍ ପୁଲିସ, ଭୁବନେଶ୍ୱର-କଟକ ଜନସାଧାରଣଙ୍କୁ ଅନୁରୋଧ କରୁଛି । ଏହାକୁ ଦୃଷ୍ଟିରେ ରଖୁ, ଖେଳାଳି ମାନଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ସୁଗମନାଗମନ ନିମନ୍ତେ ଓଡିଶା ସହରାଞ୍ଚଳ ଆଇନ୍ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ପୁଲିସ କମିଶନରେଟ୍ ଭୁବନେଶ୍ୱର-କଟକ (ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର) ରେଗୁଲେଶନ ୨୦୦୮ ର ଧାରା ୩୬ ଅନୁସାରେ ନିମ୍ନଲିଖିତ କଟକଣା ଗୁଡ଼ିକ ତା. ୦୮.୧୨.୨୦୨୫ ରିଖ ଅଭ୍ୟାସ ମ୍ୟାଚ ଦିନ ୧୨ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏବଂ ତା. ୦୯,୧୨ ୨୦୨୫ ରିଖ ଦିନ ସକାଳ ୮ ଘଟିକା ଠାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଲାଗୁ କରାଗଲା । ମାତାମଠ ପଟୁ ମହାନଦୀ ରିଂ ରୋଡ଼ରେ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାଡିଗୁଡିକୁ ପାକିଂ କରି ପାରିବେ । କେବଳ ପାସ୍ ଥୁବା ଯାନବାହନ ଗୁଡିକ ବାମ୍ବୋ ଡିପୋ ଗଡାର ବାମକୁ ଯାଇ ଉପର ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାକିଂ କରିପାରିବେ ।

ହାୱଡ଼ା ମୋଟର ଛକ ଏବଂ ମଣିସାହୁ ଛକ ଆଡୁ ଆସୁଥିବା ଯାନବାହାନ ଗୁଡିକ ଗ୍ରୀନାର ହୋଟେଲ୍ ଛକରୁ ସିଧା ମଧୁସୂଦନ ଛକ ଆଡକୁ ଯାଇ ପାରିବେ ନାହଁ, ସେମାନେ ପୁରୁଣା “ଲ’ ହଷ୍ଟେଲ ଛକ ଦେଇ ମହାନଦୀ ରିଂ ରୋଡ଼ରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାଡିଗୁଡିକୁ ପାକିଂ କରି ପାରିବେ । କେବଳ ପାସ୍ ଥିବା ଗାଡି ବ୍ୟତୀତ ଅନ୍ୟ କୌଣସି ଯାନବାହନ ବିଜୁ ପଟ୍ଟନାୟକ ଛକ କିମ୍ବା ଚଣ୍ଡୀ ଛକ ଆଡୁ ବାରବାଟୀ ଷ୍ଟାଡିୟମ୍ ଆଡକୁ ଯାଇପାରିବେ ନାହିଁ । ସେମାନେ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କି କରିପାରିବେ । କୌଣସି ଯାନବାହନ ଆନନ୍ଦ ଭବନ ଛକରୁ ଭାୟା କିଲ୍ଲା ଫୋର୍ଟ ଦେଇ ବାଲିଯାତ୍ରା ପଡ଼ିଆ ଆଡକୁ ଯାଇପାରିବେ ନାହିଁ । ସେମାନେ କ୍ୟାଣ୍ଟନ୍ ମେଣ୍ଟ ଥାନା ଛକ ଦେଇ ତଳ ବାଲିଯାତ୍ରା ପଡ଼ିଆରେ ଗାଢି ରଖି ପାରିବେ । ସମାଜ ଅଫିସ ଛକ ଆଡୁ ଆସୁଥିବା ଯାନବାହାନ ଗୁଡିକ ମଧ୍ୟରୁ ପାସ୍ ଥିବା ଯାନବାହାନ ବ୍ୟତୀତ ଅନ୍ୟ କୌଣସି ଯାନବାହାନ ହନୁମାନ ମନ୍ଦିର ଛକରୁ ସିଧା ମଧୁସୂଦନ ଷ୍ଠାଚ୍ୟୁ ଆଡକୁ ଯାଇ ପାରିବେ ନାହିଁ । ଓଡ଼ିଶା କ୍ରିକେଟ୍ ଏକାଡେ଼ମୀ ପଡ଼ିଆରେ ଗାଡି ପାର୍କି କରିବା ନିମନ୍ତେ ପାସ୍ ଥିଲେ ସେମାନେ ୱା.ଏମ୍.ସି.ଏ ରାସ୍ତା ଓ ଲାୟନ ଆଇ ହସ୍ପିଟାଲ୍ ଦେଇ ନିଜ ଗାଡ଼ିକୁ ପାକିଂ କରି ପାରିବେ । ରିଜର୍ଭ ପୁଲିସ୍ ଲାଇନ ଆଡୁ ଆସୁଥିବା ଯାନବାହାନ ଗୁଡିକ ଓଡ଼ିଶା ପୁଲିସ ସଂଘ (ଓପା) ଠାରୁ ବାରବାଟୀ ଷ୍ଟାଡିୟମ୍ ଆଡକୁ ଯାଇ ପାରିବେ ନାହିଁ । ପାସ୍ ଥିବା ଯାନ ବ୍ୟତୀତ ମଧୁସୂଦନ ଷ୍ଠାଚ୍ୟୁ ଛକରୁ କୌଣସି ଗାଡ଼ି ବାରବାଟୀ ଷ୍ଠାଡିୟମ୍ ଆଡକୁ ଯାଇ ପାରିବେ ନାହିଁ । କେବଳ ପାସ୍ ଥିବା ଗାଡି ବ୍ୟତୀତ ଅନ୍ୟକୌଣସି ଗାଡି ଲାୟଙ୍କୁ ଆଇ ହସ୍ପିଟଲ୍ ଛକରୁ କିଲ୍ ଖାନା ରାସ୍ତା ଦେଇ ବାରବାଟି ଷ୍ଠାଡିୟମ୍ ଆଡକୁ ଯାଇ ପାରିବେ ନାହିଁ। ସେମାନେ ମହାନଦୀ ରିଂ ରୋଡ଼ ରେ ଯାଇ ତଳ ବାଲିଯାତ୍ରା ପଡିଆରେ ପାକଂ କରି ପାରିବେ । କୌଣସି ଭାରିଯାନ ମହାନଦୀ ଓ କାଠଯୋଡି ରିଂ ରୋଡ଼ ଏବଂ ସହର ମଧ୍ୟରେ ଚଳପ୍ରଚଳ ନିଷେଧ କରାଯାଇଛି।