ବିଶ୍ବକପ୍ ୨୦୨୩: ଆଜି ଭାରତ – ଦକ୍ଷିଣ ଆଫ୍ରିକା ମ୍ୟାଚ୍

ମ୍ୟାଚ୍ ଜିତି ଭାରତ ତାର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ । ସେମି ଟିକେଟ୍ ହାସଲ କରିଥିଲେ ମଧ୍ୟ ଭାରତ ଏହି ମ୍ୟାଚ୍କୁ ଆଦୌ ହାଲୁକା ଭାବେ ନେବ ନାହିଁ ।ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ସମ୍ପୂର୍ଣ୍ଣ ବିଶ୍ବକପରୁ ବାଦ ପଡ଼ିଛନ୍ତି । ତେବେ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଭାରତ ପାଇଁ ସେତେଟା ସମସ୍ୟ ସୃଷ୍ଟି କରିବ ନାହିଁ ।

ଦକ୍ଷିଣ ଆଫ୍ରିକା ମଧ୍ୟ ୭ ମ୍ୟାଚ୍ ଖେଳି ୬ଟି ବିଜୟ ସହ ୧୨ ପଏଣ୍ଟ ପାଇ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ଶନିବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନଠାରୁ ନ୍ୟୁଜିଲାଣ୍ଡ ହାରିଯିବା ପରେ ଦ୍ବିତୀୟ ଦଳ ଭାବେ ସେମିରେ ପ୍ରବେଶ କରିବାରେ ସାମର୍ଥ ହୋଇଛି ।