କୋଟିଆ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ଶୀଘ୍ର ନିଷ୍ପତି ନିଅନ୍ତୁ:ନିରଞ୍ଜନ

ଭୁବନେଶ୍ବର (ଏସ୍ ନ୍ୟୁଜ‌)ତା ୮.୨: କୋରାପୁଟ ଜିଲ୍ଲାର ପଟାଙ୍ଗୀ ଅର୍ନ୍ତଭୁକ୍ତ କୋଟିଆ ଅଂଚଳରେ ପ୍ରାୟ ୨୧ଟି ଗାଁକୁ ନେଇ ତିନୋଟି ପଂଚାୟତରେ ବିଭକ୍ତକରି ବର୍ତମାନ ଆନ୍ଧ୍ରସରକାର ବର୍ତମାନ ପଂଚାୟତ ନିର୍ବାଚନ କରିବାକୁ ଯାଉଛି ଯାହାକି ରାଜ୍ୟ ପାଇଁ ଲଜ୍ଜ୍ୟାକର ଓ ଦୁର୍ଭାଗ୍ୟର କଥା ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି ।
ଏହି କୋଟିଆ ଅଂଚଳକୁ ନେଇ ଅତୀତରେ ଉଭୟ ଆନ୍ଧ ଓ ଓଡ଼ିଶା ସୁପ୍ରିମକୋର୍ଟ ଯାଇଛନ୍ତି ।
ସୁପ୍ରିମକୋର୍ଟ ମତ ଦେଇଥିଲେ କୋଟିଆ ଅଂଚଳ ଉପରେ କାହାର ଅଧିକାର ଏକଥା ସଂସଦ କହି ପାରିବ ବୋଲି ସେତେବେଳେ ସୁପ୍ରିମକୋର୍ଟ ମତଦେଇଥିଲେ ।
ମହାନଦୀ ଜଳ ବିବାଦରେ ଓଡ଼ିଶା ସରକାରଙ୍କ ଭୂମିକା ଯେପରି ନିରୁସାହଜନକ ସେହିପରି କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ନିଜର ଲଢ଼େଇକୁ ତୀବ୍ରତର କରିପାରୁ ନାହାଁନ୍ତି ।
ବିଜୁ ଜନତା ଦଳ ସରକାର କେନ୍ଦ୍ରର ବିଜେପି ସରକାରର ସମସ୍ତ ନୀତିନିଷ୍ପତିକୁ ନିସର୍ତ ସମର୍ଥନ ଦେଉଥିବା ବେଳେ ଓଡ଼ିଶାର ଦାବି ହାସଲ କ୍ଷେତ୍ରରେ କାହିଁକି ପଛଘୁଂଚା ଦେଉଛନ୍ତି ତାହା ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟାନିତ କରିଛି ।
ଦୀର୍ଘଦିନ ଧରି କୋଟିଆ ଅଂଚଳକୁ ନେଇ ବିବାଦ ଚାଲିଥିବା ବେଳେ ପ୍ରଥମ ଥର ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ଘୋଷଣା କରି ଆନ୍ଧ୍ରର ନିର୍ବାଚନରେ ଓଡ଼ିଶାର କୋଟିଆ ପଂଚାୟତକୁ ଅନ୍ତର୍ଭୁକ୍ତ କରିଥିବା ବେଳେ ବିଜେଡ଼ି ଓ ବିଜେପି ନିରବଦ୍ରଷ୍ଟା ସାଜିବା ଘଟଣା ଓଡ଼ିଶା ପ୍ରତି ବିଶ୍ୱାସଘାତକତା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ବିଜେଡ଼ି-ବିଜେପି ଭାଗୁଆଳି ସରକାର ଏବଂ ପରବର୍ତି ବିଜେପି ସରକାର ଦୀର୍ଘ ୨୧ବର୍ଷ ଧରି ଓଡ଼ିଶାର ସୀମାକୁ ସୁରକ୍ଷା ଦେଇ ପାରୁନାହାଁନ୍ତି । ଆଗାମୀ ୧୩ ତାରିଖରେ ନିର୍ବାଚନ ହେଉଛି । ଏହା ପୂର୍ବରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏ ସମ୍ପର୍କରେ ଶୀଘ୍ର ନିଷ୍ପତି ନେବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ନଚେତ ଓଡ଼ିଶାର ୨୧ଟି ଗ୍ରାମ ଆନ୍ଧ୍ର ମାଡ଼ିବସିବ ବୋଲି ଶ୍ରୀ ପଟ୍ଟନାୟକ ସର୍ତକ କରାଇଦେଇଛନ୍ତି ।