ରାଜଧାନୀରେ ଲୁଟର ଶିକାର ହେଲେ ପୁଣି ଜଣେ ଯୁବତୀଙ୍କୁ

ଭୁବନେଶ୍ୱର(ଏସ୍ ନ୍ୟୁଜ‌): ରାଜଧାନୀ ଭୁବନେଶ୍ୱରର ସହିଦନଗର ଫ୍ଲାଏଓଭର ଉପରେ ଜଣେ ଯୁବତୀଙ୍କଠାରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସ୍କୁଟିରେ ଯାଉଥିବା ବେଳେ ଦୁର୍ବୃତ୍ତ ଯୁବତୀଙ୍କୁ ଚଳନ୍ତା ଗାଡ଼ିରୁ ଠେଲି ଦେଇଥିଲେ । ଯୁବତୀ ଜଣକ ଗାଡ଼ିରୁ ପଡ଼ିଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ୨୦ ହଜାର ଟଙ୍କା ସହ ଯୁବତୀଙ୍କ ପାଖରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ପର୍ସ ଛଡ଼ାଇ ନେଇ ଫେରାର ହୋଇଯାଇଛନ୍ତି। ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ଏହି ଲୁଟ୍ କରିଥିବା ଯୁବତୀ ଜଣକ କହିଛନ୍ତି । ଏ ଘଟଣା କୁ ନେଇ ସେ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଲୁଟର ଶିକାର ଯୁବତୀ ରାଜଧାନୀର ଏକ ହୋଟେଲରେ ସେଲ୍‌ସ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି।