ଭୁବନେଶ୍ୱର (ଏସ୍ ନ୍ୟୁଜ): ଆସନ୍ତା ଶୁକ୍ରବାର ଠାରୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ସେଥିପାଇଁ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପୁଣି ଥରେ ସମସ୍ତ ବିଧାୟକ, ସୁରକ୍ଷା କର୍ମଚାରୀ, ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର କୋଭିଡ ପରୀକ୍ଷା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଂଟିଜେନ ପରୀକ୍ଷା ପାଇଁ ଆସନ୍ତାକାଲି ଓ ଗୁରୁବାର ଦୁଇଦିନ ଧାର୍ଯ୍ୟ କରାଯାଇଛି । ଆଜି ସକାଳ ୮ଟା ୩୦ରୁ ସଂଧ୍ୟା ୫ ପର୍ଯ୍ୟନ୍ତ ନମୁନା ସଂଗ୍ରହ କରାଯିବ । ଯେଉଁ ବିଧାୟକ, ସୁରକ୍ଷା କର୍ମଚାରୀ, ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର ନେଗେଟିଭ ରିପୋର୍ଟ ଆସିବା ସେମାନଙ୍କୁ ବିଧାନସଭା ଆସିବା ପାଇଁ ଅନୁମତି ମିଳିବ ।