(ଏସ୍ ନ୍ୟୁଜ) : ଗୁଗୁଲ ଆଜି ଭାରତର ସାଟେଲାଇଟ୍ ମ୍ୟାନ୍ ଭାବରେ ପରିଚିତ ଖ୍ୟାତନାମା ବୈଜ୍ଞାନିକ ପ୍ରଫେସର ଉଡୁ଼ପି ରାମଚନ୍ଦ୍ର ରାଓଙ୍କ ୮୯ତମ ଜନ୍ମଦିନ ପାଳନ କରୁଛି। ଗୁଗୁଲ ତାର ଡୁଡଲରେ ପୃଥିବୀର ପୃଷ୍ଠଭୂମି ଏବଂ ତାରାଗୁଡ଼ିକ ସହ ପ୍ରଫେସର ରାଓଙ୍କ ଏକ ଚିତ୍ର ସ୍ଥାନିତ କରିଛି। ଗୁଗୁଲ୍ ଏହାର ବର୍ଣ୍ଣନାରେ ଲେଖିଛି, ତୁମର ନକ୍ଷତ୍ର ମଣ୍ଡଳ ଉପରେ ବୈଷୟିକ ପ୍ରଗତି ଏବେ ଅନୁଭୂତ ହେବାରେ ଲାଗିଛି। ୧୯୩୨ ମସିହାର ଆଜିର ଦିନରେ କର୍ଣ୍ଣାଟକର ଏକ ସୁଦୂର ଗାଁରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ରାଓ ଜଣେ ପଦାର୍ଥ ବିଜ୍ଞାନୀ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଡକ୍ଟରେଟ୍ ସମାପ୍ତ କରିବା ପରେ ପ୍ରଫେସର ରାଓ ଆମେରିକାରେ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ ଏବଂ ନାସାର ପାୟୋନିଅର୍ ଏବଂ ଏକ୍ସପ୍ଲୋରର ଉପରେ ପରୀକ୍ଷଣ କରିଥିଲେ।