ଏପ୍ରିଲରେ ପ୍ରଥମ ଥର କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ(ଏସ୍ ନ୍ୟୁଜ): ୧୫ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିବା ପରେ ଚଳିତ ମାସରେ ପ୍ରଥମ ଥର ପାଇଁ ଏହି ଦର କମିଛି। ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୫ ପଇସା କମିଛି। ତେଲ ଦର କମିବା ପରେ ରାଜଧାନୀ ଦିଲ୍ଲୀରେ ଏବେ ପେଟ୍ରୋଲ ୯୦ ଟଙ୍କା ୫୬ ପଇସା ରହିଥିବା ବେଳେ ଡିଜେଲ ୯୦ ଟଙ୍କା ୪୦ ପଇସା ରହିଛି। ସେହିପରି ମୁମ୍ୱାଇରେ ପେଟ୍ରୋଲ ଦର ୯୬.୯୮ ପଇସା ରହିଥିବାବେଳେ ଡିଜେଲ ୯୬ ଟଙ୍କା ୮୩ ପଇସା ରହିଛି। କୋଲକାତାରେ ପେଟ୍ରୋଲ ୯୦.୭୭ ପଇସା, ଡିଜେଲ ୯୦.୬୨ ପଇସା ଏବଂ ଚେନ୍ନାଇରେ ପେଟ୍ରୋଲ ୯୨.୫୮ ପଇସା ରହିଥିବାବେଳେ ଡିଜେଲ ୯୨.୪୩ ପଇସା ରହିଛି।

ଏହା ପୂର୍ବରୁ ମାର୍ଚ୍ଚ ମାସରେ ପେଟ୍ରୋଲ ଓ ଡିଜେଲର ଦର ତିନି ଥର ହ୍ରାସ ପାଇଥିଲା। ଅନ୍ତିମ ଥର ପାଇଁ ମାର୍ଚ୍ଚ ୩୦ରେ ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ୨୩ ପଇସା କମିଥିଲା। ମୋଟ୍ ମାର୍ଚ୍ଚ ମାସରେ ପେଟ୍ରୋଲ ୬୧ ପଇସା ଏବଂ ଡିଜେଲ ୬୦ ପଇସା ହ୍ରାସ ପାଇଥିଲା। ଏହି ସମୟରେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ଦାମ ୭୧ ଡଲାରରୁ ଆସି ୬୩ ଡଲାରରେ ପହଞ୍ଚିଥିଲା।

ସୂଚନାଯୋଗ୍ୟ, ଗତବର୍ଷ ଠିକ୍ ଏହି ସମୟରେ ପେଟ୍ରୋଲ ଦର ୬୯.୫୯ ପଇସା ରହିଥିବା ବେଳେ ଡିଜେଲ ଦର ୬୨.୨୯ ପଇସା ରହିଥିଲା। ଏବେର ଦରକୁ ଯଦି ଗତବର୍ଷର ଦର ସହିତ ତୁଳନା କରିବା ତାହେଲେ ଗୋଟିଏ ବର୍ଷରେ ପେଟ୍ରୋଲ ୨୦.୮୧ ପଇସା ଓ ଡିଜେଲ ୧୮.୪୪ ପଇସା ମହଙ୍ଗା ହୋଇଛି।