ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୭୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର(ଏସ୍ ନ୍ୟୁଜ): ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୭୩ କରୋନା ପଜିଟିଭ୍ ଚିହ୍ନଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧରୁ ୨୫୫୧ ଓ ୩୫୨୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଅନୁଗୁଳ ଜିଲ୍ଲାରୁ ୨୩୯,ବରଗଡ଼ରୁ ୨୮୬, ବଲାଙ୍ଗୀର ଜିଲ୍ଲାରୁ ୪୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲାରୁ ୪୦୦, ସୁନ୍ଦରଗଡ଼ରୁ ୩୭୧, ଝାରସୁଗୁଡ଼ାରୁ ୩୫୯,  କଳାହାଣ୍ଡି ଜିଲ୍ଲାରୁ ୨୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲାରୁ ୨୬୬, ପୁରୀରୁ ୨୬୬, ଗଞ୍ଜାମରୁ ୨୦୯, ନବରଙ୍ଗପୁରରୁ ୨୦୬, କଟକରୁ ୧୯୮,ସମ୍ବଲପୁରରୁ୧୫୮, ମୟୂରଭଞ୍ଜରୁ ୧୪୯, ନୟାଗଡ଼ରୁ ୧୧୦, ଯାଜପୁରରୁ ୧୦୭, ରାୟଗଡ଼ାରୁ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଜପତି ଜିଲ୍ଲାରୁ ଗତ ୨୪ ଘଣ୍ଟା ଭିତରେ ୭୯, କୋରାପୁଟ ଜିଲ୍ଲାରୁ ୭୬, ସୁବର୍ଣ୍ଣପୁରରୁ ୭୪ ଓ ଷ୍ଟେଟ୍ ପୁଲରୁ ୨୧୩, କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଆଜିର ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯କୁ ବୃଦ୍ଧି ପାଇଛି। ଏବେ ୫୦,୯୫୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଅପରପକ୍ଷରେ ୩ ଲକ୍ଷ ୬୭ ହଜାର ୧୧୧ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ଓଡ଼ିଶାରେ ୧୦ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।