ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ଓପନର ଅଭିଷେକ ଶର୍ମା ରଚିଛନ୍ତି ବିସ୍ଫୋରକ ବ୍ୟାଟିଂର ନୂଆ ଅଧ୍ୟାୟ । ମାତ୍ର ୩୦ଟି ବଲ୍ରେ ଶତକ ପୂରଣ କରି ସେ ଭାରତ ପାଇଁ ଟି-୨୦ ଇଣ୍ଟରନ୍ୟାସନାଲରେ ସବୁଠାରୁ ଦ୍ରୁତ ଶତକ ହାସଲ କରିଥିବା ବ୍ୟାଟର ହୋଇଛନ୍ତି। ଶତକ ପୂରଣ କରିବା ସମୟରେ ଅଭିଷେକଙ୍କ ବ୍ୟାଟ୍ରୁ ୯ଟି ଚୌକା ଓ ୧୦ଟି ଛକା ଦେଖିବାକୁ ମିଳିଛି।
ଏହା ପୂର୍ବରୁ ଭାରତ ପାଇଁ ଟି-୨୦ ଇଣ୍ଟରନ୍ୟାସନାଲରେ ଦ୍ରୁତତମ ଶତକର ରେକର୍ଡ ରୋହିତ ଶର୍ମାଙ୍କ ନାମରେ ଥିଲା। ରୋହିତ ୩୫ଟି ବଲ୍ରେ ଶତକ ପୂରଣ କରିଥିଲେ। ଏବେ ଅଭିଷେକ ମାତ୍ର ୩୦ ବଲ୍ରେ ଶତକ ମାରି ଏହି ରେକର୍ଡକୁ ପଛରେ ପକାଇଛନ୍ତି। ଏହି ମ୍ୟାଚ୍ରେ ଭାରତୀୟ ବ୍ୟାଟରମାନେ ପାୱାରପ୍ଲେରେ ମଧ୍ୟ ନୂଆ ରେକର୍ଡ କରିଛନ୍ତି।ଅଭିଷେକଙ୍କ ଝଡ଼ ବ୍ୟାଟିଂରେ ମ୍ୟାଚ୍ରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିଥିଲା।