ଭାରତୀୟ କ୍ରିକେଟର ପୃଥ୍ୱୀ ଶ’ ଓ ଆକୃତି ଅଗ୍ରୱାଲଙ୍କ ପ୍ରଶଂସକଙ୍କ ପାଇଁ ନିରାଶଜନକ ଖବର। ଉଭୟଙ୍କ ନିର୍ବନ୍ଧକୁ ମାତ୍ର ୬ମାସ ପୂରଣ ହୋଇଥିବା ବେଳେ ସମ୍ପ୍ରତି ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ୨୦୨୬ ମାର୍ଚ୍ଚ ୮ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ଆକୃତି ନିଜେ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ସମ୍ପର୍କ ଶେଷ ହୋଇଥିବା ନିଶ୍ଚିତ କରିଛନ୍ତି।
ଆକୃତି ନିଜ ପୋଷ୍ଟରେ ଲେଖିଛନ୍ତି ଯେ,ଉଭୟଙ୍କ ଲକ୍ଷ୍ୟ ଓ ଭବିଷ୍ୟତ ଯୋଜନା ଭିନ୍ନ ହୋଇଥିବାରୁ ପରସ୍ପର ଠାରୁ ଏବେ ଠାରୁ ଅଲଗା ହୋଇଯିବା ପାଇଁ ନିଷ୍ପତ୍ତି ନେଇଛୁ। ଆମେ ଉଭୟ ଉଭୟଙ୍କୁ ଖୁବ ଭଲପାଉ ସ୍ନେହ କରୁ । ପରସ୍ପରର ଶାନ୍ତି, ଖୁସି ଓ ଭଲ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛି। ମୋର ସମସ୍ତଙ୍କୁ ଅନୁରୋଧ ଏହି କଷ୍ଟକର ସମୟରେ ଗୁଜବ ପ୍ରଚାର ନକରି ଆମର ବ୍ୟକ୍ତିଗତ ଜୀବନ ଓ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ।’