ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୫୩୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୩ ଜଣ ଥିବା ବେଳେ ଯାଜପୁରରୁ ୩୪୮ ଓ କଟକ ଜିଲ୍ଲାରୁ ୩୨୦ ଜଣ ଚିହ୍ନଟ ହୋଇଛନ୍ତି।
ଅନୁଗୁଳରୁ ୨୦୭ , ବାଲେଶ୍ୱରରୁ ୨୯୬, ବରଗଡ଼ ୮୬, ଭଦ୍ରକ ୧୮୪, ବଲାଙ୍ଗୀର ୧୮ , ବୌଦ୍ଧ ୫୨, ଦେବଗଡ଼ ୨୫, ଢେଙ୍କାନାଳ ୫୬, ଗଜପତି ୨୭, ଗଞ୍ଜାମ ୨୬, ଜଗତସିଂହପୁର ୯୦, ଝାରସୁଗୁଡ଼ା ୧୨, କଳାହାଣ୍ଡି ୩୫ , କନ୍ଧମାଳ ୫୬, କେନ୍ଦ୍ରାପଡ଼ା ୧୦୪, କେନ୍ଦୁଝର ୯୨, କୋରାପୁଟ ୫୬, ମାଲକାନଗିରି ୬୮ , ମୟୂରଭଞ୍ଜ ୧୫୩, ନବରଙ୍ଗପୁର ୮୫, ନୟାଗଡ଼ ୯୫, ନୂଆପଡ଼ା ୧୫, ପୁରୀ ୧୮୭, ରାୟଗଡ଼ା ୭୩, ସମ୍ୱଲପୁର ୩୯, ସୋନପୁର ୩୯ , ସୁନ୍ଦରଗଡ଼ ୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସୂଚନା ମୁତାବକ, ଆଉ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଅଛନ୍ତି। ଗଞ୍ଜାମ, କଳାହାଣ୍ଡି ଓ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ ଥିବା ବେଳେ କଟକ, ଜଗତସିଂହପୁର, ଝାରସୁଗୁଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ଅଛନ୍ତି। ବରଗଡ଼, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ଢେଙ୍କାନାଳ, ଗଜପତି, କନ୍ଧମାଳ, କେନ୍ଦୁଝର, ନୂଆପଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୪୮କୁ ବୃଦ୍ଧି ପାଇଥିବା ବେଳେ କଟକରେ ୨୨୦, ବରଗଡ଼ରେ ୮୧, ବୌଦ୍ଧରେ ୭୩, ଢେଙ୍କାନାଳରେ ୫୪, ଗଜପତିରେ ୬୮, ଗଞ୍ଜାମରେ ୩୦୬, ଜଗତସିଂହପୁରରେ ୬୪, ଝାରସୁଗୁଡ଼ାରେ ୯୪, କଳାହାଣ୍ଡିରେ ୧୫୬, କନ୍ଧମାଳରେ ୪୫, କେନ୍ଦୁଝରରେ ୬୬, ମୟୂରଭଞ୍ଜରେ ୧୧୧, ନୂଆପଡ଼ାରେ ୬୫, ପୁରୀରେ ୧୮୩, ରାୟଗଡ଼ାରେ ୧୩୬, ସମ୍ବଲପୁରରେ ୧୦୧ ଓ ସୁନ୍ଦରଗଡ଼ରେ ୩୧୫କୁ ବୃଦ୍ଧି ପାଇଛି।
ଏପ୍ରିଲ ମାସରେ ରାଜ୍ୟରେ ୧,୧୩,୫୯୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୮ ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ ।
ମେ’ ମାସରେ ୩,୨୦,୮୦୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୧୧ ଜଣଙ୍କ ମୃତ୍ୟୁ ହୋଇଛି ।
ସେହିପରି ଜୁନ ମାସରେ ପ୍ରଥମ ୧୬ ଦିନରେ ୯୮,୦୩୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୭୮ ମୁଣ୍ଡ ନେଲାଣି ମହାମାରୀ ।
ଏହିପରି ଭାବରେ ତଳମୁହାଁ କରୋନା ମିଟର । ଧୀରେ ଧୀରେ କମୁଛି ଦୈନିକ ସଂକ୍ରମଣ ସଂଖ୍ୟା ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮, ୬୩,୦୬୧ ଥିବାବେଳେ,ସେମାନଙ୍କ ମଧ୍ୟରୁ ୮,୧୧,୭୮୦ ଜଣ ସୁସ୍ଥ ହୋଇସାରିଲେଣି। ଏବେ ୪୭,୭୯୬ ଜଣ ଚିକିତ୍ସାଧୀନ ଅଛନ୍ତି।