କଟକ,(ଏସ୍ ନ୍ୟୁଜ): ରେଭେନ୍ସା ବିଶ୍ୱବିଦ୍ୟାଳୟପକ୍ଷରୁ ବାତିଲ କରାଯାଇଥିବା ପରୀକ୍ଷାଗୁଡ଼ିକ ପୁଣି ଆରମ୍ଭ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଭେନ୍ସା (୨୦୧୯-୨୦) ଶିକ୍ଷାବର୍ଷ ପିଜି ବିଭାଗର ୪ର୍ଥ ଓ ୨ୟ ସେମିଷ୍ଟର୍ ବାତିଲ କରାଯାଇଥିବା ପରୀକ୍ଷାକୁ ପୁନଃ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିସହିତ ଏମସିଏ ୬ଷ୍ଠ, ୪ର୍ଥ ଓ ୨ୟ ସେମିଷ୍ଟର ଏବଂ (୨୦୧୬-୧୭) ଶିକ୍ଷାବର୍ଷର ଆଇଏମ୍ବିଏ ବିଭାଗର ଛାତ୍ରଛାତ୍ରୀମାନେ ପରୀକ୍ଷା କରାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ସମସ୍ତ ଛାତ୍ରଛାତ୍ରୀମାନେ ଆସନ୍ତା ୨୫ରୁ ଜୁଲାଇ ୧୦ ତାରିଖ ମଧ୍ୟରେ ଅନଲାଇନ୍ ଫର୍ମପୂରଣ କରିବାକୁ ବିଜ୍ଞପ୍ତି ଜାରି କରାଯାଇଛି । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ବିନା ପ୍ରାକ୍ଟିକାଲ୍ ବିଷୟ ସହିତ ୨ଶହ ଟଙ୍କା ଫର୍ମପୂରଣ କରିବାକୁ ଧାର୍ଯ୍ୟ କରାଯାଇଥିବାବେଳେ ପ୍ରାକ୍ଟିକାଲ୍ ବିଷୟ ସହିତ କଳା, ବିଜ୍ଞାନ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ୨୨୦ଟଙ୍କା, କମ୍ପ୍ୟୁଟର ବିଜ୍ଞାନ, ଇଟିସି, ଜେଏମ୍ସି, ଏମଆଇଟିଏମ୍, ଆରଡି, ଇଏନ୍ଟି, କେମେଷ୍ଟ୍ରି, ବାୟୋକେମେଷ୍ଟ୍ରି, ଏମ୍ବିଏ, ଆଇଏମବିଏ ଛାତ୍ରଛାତ୍ରୀମାନେ ୬ଶହ ଟଙ୍କା, ଏମ୍ସିଏ ୬ଷ୍ଠ ସେମିଷ୍ଟର ଫର୍ମପୂରଣ ଲାଗି ୫ ଶହ ଟଙ୍କା ଓ ବାୟୋଟେକର ୪ର୍ଥ ସେମିଷ୍ଟର ଛାତ୍ରଛାତ୍ରୀମାନେ ୩ଶହ ଟଙ୍କା ଦେଇ ଅନ୍ଲାଇନରେ ଫର୍ମପୂରଣ କରିପାରିବେ ।
ସେହିପରି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଯେଉଁ ଛାତ୍ରଛାତ୍ରୀମାନଙ୍କର ବ୍ୟାକ୍ ପେପର ରହିଛି ସେମାନେ ବିଷୟ ପ୍ରତି ୧୨୦ଟଙ୍କା ଦେବେ । ତେବେ ଗୋଟିଏ ବ୍ୟାକ ପେପର ବ୍ୟତୀତ ଅଧିକ ରହିଥିଲେ ସେମାନେ ପ୍ରତି ପେପର ପିଛା ୬୦ ଟଙ୍କା ଆଉ ଅଧିକ ଦେବାକୁ ପଡିବ । ଏମସିଏ କମ୍ପ୍ୟୁଟର ସାଇନ୍ସ, ଇଟିସି, ଏମଆଇଟିଏମ୍, ଜେଏମସି, ବାୟୋଟେକ, ଆର୍ଡି, ଇନ୍ଟି, କେମେଷ୍ଟ୍ରି, ବାୟୋକେମେଷ୍ଟ୍ରି, ଏମବିଏ, ଆଇଏମ୍ବିଏ ଛାତ୍ରଛାତ୍ରୀମାନେ ବ୍ୟାକ ପେପର୍ ପିଛା ୧୨୦ଟଙ୍କା ଅନଲାଇନ୍ରେ ଦାଖଲ କରିବେ ।
ଯେଉଁମାନେ ଭୁଲବଶତଃ ଅଧିକ ଟଙ୍କା ପୈଠ କରିଥିବେ ସେମାନଙ୍କର ଆଉ ଟଙ୍କା ଫେରସ୍ତ କରାଯିବ ନାହିଁ । ଛାତ୍ରଛାତ୍ରୀମାନେ ରଭେନ୍ସା ବିଶ୍ୱବିଦ୍ୟାଳୟର ୱେବସାଇଟରେ ଲଗଇନ୍ କରି ଫର୍ମପୂରଣ ସହିତ ଅନ୍ଲାଇନ ଟଙ୍କା ପଇଠ ଲାଗି ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମରେ ଟଙ୍କା ପୈଠ କରିବେ ବୋଲି କର୍ତ୍ତୃପକ୍ଷ ବିଜ୍ଞପ୍ତି ମାଧ୍ୟମରେ ଦର୍ଶାଇଛନ୍ତି ।
Prev Post
Next Post