ବଜାରରେ ମିଳିବ କରୋନା ଔଷଧ

ନୂଆଦିଲ୍ଲୀ: ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଔଷଧ। ସାଧାରଣରେ ବିକ୍ରି ପାଇଁ ଡ଼ିସିଜିଆଇ ପକ୍ଷରୁ ଅନୁମତି ମିଳିଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସ୍‌କ୍ରିପ୍‌ସନ୍‌ ଥିଲେ କିଣି ହେବ କରୋନା ଔଷଧ। କେତେକ ସର୍ତ୍ତ ସହ ଫେଭିପିରାଭିର୍‌ ଟାବ୍‌ଲେଟ୍‌କୁ ବିକ୍ରି ପାଇଁ ଡିସିଜିଆଇ ଅନୁମତି ଦେଇଛି। ରେମ୍‌ଡେସିଭିର ଇଞ୍ଜେକ୍‌ସନ୍‌ ବିକ୍ରିକୁ ମଧ୍ୟ ଅନୁମତି ଦିଆଯାଇଛି।

ସେହିପରି ଔଷଧ ବିକ୍ରି ପୂର୍ବରୁ ଦୋକାନୀ ରୋଗୀଙ୍କ ପ୍ରେସକ୍ରିପସନର ଫଟୋ କପି ରଖିବେ । ରୋଗୀ କିମ୍ବା ସମ୍ପର୍କୀୟଙ୍କ ପରିଚୟପତ୍ର ରଖିବା ବାଧ୍ୟତାମୂଳକ ହେବ । ଏହାସହ ଗ୍ରାହକଙ୍କ ଠିକଣା ପ୍ରମାଣ ପତ୍ର ରଖିବା ବାଧ୍ୟତାମୂଳକ କରାଯାଇଛି । କେବଳ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ରେମଡ଼ିସିଭିର ଇଞ୍ଜେକ୍ସନ ବିକ୍ରି ହେବ । କୌଣସି ରୋଗୀ କିମ୍ବା ସମ୍ପର୍କୀୟ ସିଧାସଳଖ ଇଞ୍ଜେକ୍ସନ କିଣିପାରିବେ ନାହିଁ ବୋଲି ସର୍ତ୍ତ ରେ ଉଲ୍ଲେଖ କରାଯାଇଛି ।

ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଠିକ ଏହି ସମୟରେ ବଜାରରେ କରୋନା ଔଷଧ ଥାଇ ମଧ୍ୟ ଲୋକେ ଏହା ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଏହି ଔଷଧ କରୋନା ଆକ୍ରାନ୍ତ ହେବା ପରେ ପ୍ରାଥମିକ ପର୍ଯ୍ୟାୟରେ ବ୍ୟବହାର କରାଯାଇପାରିବ। ଆଉ କରୋନା ରୋଗୀଙ୍କୁ ଠିକ୍‌ ସମୟରେ ଚିକିତ୍ସା କରିବାରେ ସହାୟକ ହୋଇପାରିବ। ଯେକୌଣସି ବ୍ୟକ୍ତି ଜ୍ବର, ଥଣ୍ଡା, କାଶ କିମ୍ବା କରୋନା ଲକ୍ଷଣ ଦେଖା ଦେଲେ କିମ୍ବା କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ଘରେ ରହି ଏହି ଔଷଧ ଖାଇପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି।