୮ ଜଣ ପାଇବେ ଲଳିତ କଳା ଏକାଡେମୀ ପୁରସ୍କାର

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ୩୯ତମ ରାଜ୍ୟ ଲଳିତ କଳା ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ପାଇଁ ଚିତ୍ରକଳା, ଭାସ୍କର୍ଯ୍ୟ କଳା, ମୁଦ୍ରଣ କଳା, ପାରମ୍ପରିକ କଳାକୃତିଗୁଡିକ ମଧ୍ୟରୁ ଏକାଡେମୀ ଚୟନ କମିଟି ୮ଜଣଙ୍କର କୃତିକୁ ଓଡିଶା ଲଳିତ କଳା ଏକାଡେମୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ କରିଥିଲେ । ଏହି ଶିଳ୍ପୀମାନଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ରାଶି ସ୍ୱରୂପ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କାର ଚେକ, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି । ଏହି ଅବସରରେ ୨୦୨୦ ମସିହା ପାଇଁ ରାଜ୍ୟସ୍ତରୀୟ ଅନଲାଇନ ଫଟୋଗ୍ରାଫି ପ୍ରଦର୍ଶନୀର ଶ୍ରେଷ୍ଠ ୪ ଜଣ ଶିଳ୍ପୀଙ୍କୁ ରାଜ୍ୟ ଫଟୋଗ୍ରାଫି ପୁରସ୍କାର ପ୍ରଦାନ କରାଯାଇଛି ।