ନୂଆଦିଲ୍ଲୀ: ରିଲାଏନ୍ସ ଜିଓଫୋନ୍ ନେକ୍ଷ୍ଟ ଲଞ୍ଚ କରାଯାଇଛି । ଏହି ଫୋନ ବିକ୍ରୟ ଆସନ୍ତା ସେପ୍ଟେମ୍ବର ୧୦ରୁ ହେବ । କିନ୍ତୁ ଏହାର ମୂଲ୍ୟ ପ୍ରକାଶ କରାଯାଇ ନାହିଁ । ତେବେ ଏହା ପୂର୍ବରୁ ନୋକିଆ ଭାରତରେ ନୋକିଆ ୧୧୦ ୪ଜି ଫୋନ୍ ଲଞ୍ଚ କରି ଜିଓଫୋନ୍ ନେକଷ୍ଟର ଅଡୁଆକୁ ବଢ଼ାଇ ଦେଇଛି । କୁହାଯାଉଛି ଯେ ଜିଓଫୋନ୍ ନେକଷ୍ଟ ସହ କଡା ପ୍ରତିଦ୍ୱନ୍ଦିତା କରିବ ଏହି ଫୋନ । ନୋକିଆ ୧୧୦ ୪ଜି ଫୋନ ଏକ ଫିଚର ଫୋନ୍ ହୋଇଥିବାବେଳେ ଏହାର ମୂଲ୍ୟ ୨,୭୯୯ ଟଙ୍କା ରହିଛି ।
Prev Post
Next Post