ଆଠଗଡ, (ଏସ୍ ନ୍ୟୁଜ): ଆଠଗଡ଼ର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ବିଶ୍ୱନାଥ ବିଦ୍ୟାପୀଠକୁ ପୋଷ୍ୟ ସ୍କୁଲ ଭାବେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଗ୍ରହଣ କରିବା ପରେ ଏହାର ନବିନି କରଣ କାର୍ଯ୍ୟର ଦାଇତ୍ୱ ଦେଇଥିବା ବିଭାଗ ମାନଙ୍କୁ ଡାକି ଏଠାକୁ ଆସି କାର୍ଯ୍ୟର ସମୀକ୍ଷା କରିବା ସହ କାର୍ଯ୍ୟରେ ଅବହେଳା କରିଥିବା ବିଭାଗକୁ ତାଗିଦ କାରିଥିଲେ । ସ୍କୁଲକୁ ରଙ୍ଗ କରିବା ସହିତ ଛୋଟ ମୋଟ ମରାମତି କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଆଗକୁ ଇ ଲାଇବ୍ରେରୀ, ସ୍ମାର୍ଟ କ୍ଲାସରୁମ ଆଦି କାର୍ଯ୍ୟ କିଭଳି ଶିଘ୍ର ହୋଇ ପାରିବ ସେଥିଲାଗି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପକ୍ଷରେ ସି ଏସ୍ ଆର ଫଣ୍ଡ ରେ ଆଦାୟ ହୋଇ ଥିବା ଏଗାର ଲକ୍ଷ ଟଙ୍କା ବଦଳରେ ସରକାରଙ୍କ ତରଫରୁ ମିଳିବାକୁ ଥିବା ତେତିଶ ଲକ୍ଷ ଟଙ୍କା କିଭଳି ବିନିଯୋଗ ହେବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ସ୍କୁଲ ଭିତରେ ଥିବା ସାଇକେଲ ଷ୍ଟାଣ୍ଡକୁ ସ୍ଥାନାନ୍ତର କରି ସେଠାରେ ଏକ ସୁଦୃଶ୍ୟ ତୋରଣ ନିର୍ମାଣ କରିବା ସହିତ ଏହି ଅନୁଷ୍ଠାନକୁ ଏକ ମଡେଲ ଭାବେ ଗଢି ତୋଳିବା ପାଇଁ ଯାହା ଯାହା ଆବଶ୍ୟକ ସେଗୁଡିକ ପୁରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟ ପକ୍ଷରେ ସ୍କୁଲ ପାଚେରୀ କଡ଼କୁ ଲାଗି ଥିବା ୋକାନ ଗୁଡ଼ିକୁ ତୁରନ୍ତ ସ୍ଥାନାନ୍ତରିତ କରିବା ପାଇଁ ଏନଏସି ନିର୍ବାହୀ ଅଧିକାରୀଙ୍କୁ ତାଗିଦ କରିବା ସହ ତୁରନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଜିଲ୍ଲାପାଳଙ୍କ ସହିତ ଆଠଗଡ଼ ଉପ-ଜିଲ୍ଲାପାଳ ଅଜାମ୍ୱର ମହାନ୍ତି ତହସିଲଦାର ତପନ କୁମାର ଖୁଣ୍ଟିଆ ରାସ୍ତା ଓ ଗୃହନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟନ୍ତ ପ୍ରସାଦ ନାଏକ,ପିଏଚଡି କନିଷ୍ଠ ଯନ୍ତ୍ରୀ ପୃଥ୍ୱୀରାଜ ପଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା, ସ୍କୁଲ ପ୍ରଧାନ ଶିକ୍ଷକ ରୁଦ୍ରନାରାୟଣ ସାମଲ, ଙ୍କ ସହିତ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିଲେ ।