ସ୍ତ୍ରୀକୁ ବିଷ ଦେଇ ମାରିଲା ସ୍ୱାମୀ!

ଉଦଳା, (ଏସ୍‌ ନ୍ୟୁଜ): ନିଜ ସ୍ତ୍ରୀକୁ ବିଷ ପିଆଇ ମାରିଦେଲା ସ୍ୱାମୀ । ମୃତକ ଢୋଲଗଣ୍ଡି ଗ୍ରାମର ବାଙ୍କା ସୁଣ୍ଡି ତାଙ୍କ ସ୍ତ୍ରୀ ବାଲିମା ସୁଣ୍ଡି ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଢୋଲଗଣ୍ଡି ଅଞ୍ଚଳରେ ଘଟିଛି ଘଟଣା । ଏନେଇ ଝିଅ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଖବର ଅନୁଯାୟୀ, ବଜାରରୁ ଫେରିବା ପରେ ସ୍ତ୍ରୀ ଘର ଭିତରେ ଶୋଇଥିଲେ । ତେବେ ସେ କିଛି ବିଷାକ୍ତ ଜିନିଷ ଖାଇ ଦେଇ ଗୁରୁତର ହୋଇଥିବା ଦେଖି ବାଙ୍କା ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଉଦଳା ଏବଂ ପରେ ବାରିପଦା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ଶେଷରେ ତାଙ୍କର ବାରିପଦାରେ ମେଡିକାଲରେ ମୃତ୍ୟୁ ହୋଇଯାଇଥିଲା । ପରେ ଏହି ଘଟଣାକୁ ନେଇ ମୃତ ବାଲିମାଙ୍କ ବାପା ତାଙ୍କ ଝିଅକୁ ଜ୍ୱାଇଁ ବିଷ ପିଆଇ ମାରି ଦେଇଥିବା କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ସ୍ୱାମୀକୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଛି । ବାଲିମାଙ୍କ ବାପାଙ୍କ କହିବାନୁସାରେ ଅନେକ ସମୟରେ ଝିଅ ଏବଂ ଜ୍ୱାଇଁ ମଧ୍ୟରେ କଳହ ହୋଇଥାଏ । ଯାହାଫଳରେ ଜ୍ୱାଇଁ ବାଙ୍କା ଝିଅକୁ ବିଷ ପିଆଇ ମାରି ଦେଇଥିବା ସେ କହିଛନ୍ତି ।