୨୪ ଘଣ୍ଟା ଭିତରେ ରାଜ୍ୟରେ ୬୨୫ କରୋନା ପଜିଟିଭ୍ ଚିହ୍ନଟ, ୮୦ ଶିଶୁ ସଂକ୍ରମିତ

ସୋମବାର ଦିନ ରାଜ୍ୟରେ ୬୨୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ କମ୍‍ ୮୦ ଜଣ ରହିଛନ୍ତି। ତାହାସହିତ ସଂଗରୋଧରୁ ୩୬୬ ଓ ସ୍ଥାନୀୟ ସଂକ୍ରମିତ ୨୫୯ ରହିଛନ୍ତି।

ରାଜ୍ୟର ଅନୁଗୁଳ ଜିଲାରୁ ୧୮, ବାଲେଶ୍ୱର ୫୦, ବରଗଡ ୬, ଭଦ୍ରକ ୮ ଏବଂ କଟକ ଜିଲାରେ ୫୬ ଚିହ୍ନଟ ହୋଇଛନ୍ତି। ଦେବଗଡରେ ୯, ଢେଙ୍କାନାଳ ୬, ଗଜପତି ୨, ଗଞ୍ଜାମ ୬, ଜଗତସିଂହପୁର ୩୮, ଯାଜପୁର ୩୪ ଓ ଝାରସୁଗୁଡା ଜିଲାରେ ୩ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରେ ୩, କନ୍ଧମାଳ ୨, କେନ୍ଦ୍ରାପଡା ୯, କେନ୍ଦୁଝର ୧୮ ଓ ଖୋର୍ଦ୍ଧାରେ ୨୧୪ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ କୋରାପୁଟରେ ୧୧, ମାଲକାନଗିରି ୧, ମୟୁରଭଞ୍ଜ ୭, ନୟାଗଡ ୧୦, ନୂଆପଡା ୧, ପୁରୀ ୨୯, ରାୟଗଡା ୧୨, ସମ୍ବଲପୁର ୧୮, ସୁନ୍ଦରଗଡ ୬ ଓ ଷ୍ଟେଟପୁଲରୁ ୪୮ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୧୦୩୨ ସୁସ୍ଥ ହୋଇଛନ୍ତି