ଦେଶରେ ଖାଲି ଥିବା ଲୋକସଭା ଓ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବ ଉପ-ନିର୍ବାଚନ ପାଇଁ ଆଜି ନିର୍ବାଚନ ଏନେଇ ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ: ଦେଶରେ ଖାଲି ଥିବା ଲୋକସଭା ଓ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଅକ୍ଟୋବର ୩୦ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୨ ତାରିଖରେ ଏହି ଉପନିର୍ବାଚନର ଭୋଟ ଗଣତି ହେବ| ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ହରିୟାନା, ହିମାଚଳପ୍ରଦେଶ, କର୍ଣ୍ଣାଟକ , ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ମିଜୋମରାମ, ନାଗାଲାଣ୍ଡ,ରାଜସ୍ଥାନ, ତେଲେଙ୍ଗାନା ଓ ପଶ୍ଚିମ ବଙ୍ଗର ୩୦ଟି ବିଧାନସଭା ଆସନ ଖାଲି ପଡିଛି। ଏଥିପାଇଁ ଉପନିର୍ବାଚନ ହେଉଥିବା ବେଳେ ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଓ ଡିଉରେ ଖାଲିପଡିଥିବା ୩ଟି ଲୋକସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ।