ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜଧାନରୀରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଚ ରାସ୍ତାରେ ଯାଉଥିବା ଜଣେ ଯୁବତୀଙ୍କୁ ଗୋଡେଇ ଗୋଡେଇ ଜଣେ ଉଲଂଗ୍ନ ଯୁବକ କୁଣ୍ଢେଇ ଦେବା ଘଟଣା ସମସ୍ତଙ୍କୁ ଚକିତ କରିଦେଛି । ଏଭଳି ଘଟଣା ଆଜି ଲୋୟରପିଏମଜିରେ ଘଟିଛି । ଶେଷରେ ପୁଲିସ କର୍ମଚାରୀମାନେ ଉଲଂଗ୍ନ ଯୁବକଙ୍କୁ ଅଟକାଇବାକୁ ଉଦ୍ୟମ କରିବାରୁ ସେମାନଙ୍କୁ ମଧ୍ୟ କାମୁଡି ଦେଇଥିଲେ । ଖାଲି ସେତିକି ନୁହେଁ ଶେଷରେ ୧୦ ପୁଲିସ କର୍ମଚାରୀ ଉଲଂଗ୍ନ ଯୁବକଙ୍କୁ ଚାରିପଟୁ ଘେରି କାବୁ କରିଥିଲେ । ଏଭଳି ଆତଙ୍କ ସୃଷ୍ଟି କରିଥିବା ଯୁବକ ଜଣଙ୍କ ହେଲେ ୟୁନିଟ୍ ୨ ଅଂଚଳର ଆଶୁତୋଷ ପଣ୍ଡା । ଖାରବେଳ ନଗର ଥାନା ପୁଲିସ ଯୁବତୀଙ୍କ ଏତଲା କ୍ରମେ ଉକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାନସିକ ରୋଗୀ ନ ହେଲେ ବି ଉଲଗ୍ନ ହୋଇ କାହିଁକି ଏଭଳି କାଣ୍ଡକଲା ସେ ନେଇ ଜଣାପଡି ନାହିଁ । ତେବେ କୋଭିଡ କଟକଣାରେ ଘରେ ବସି ବସି ମାନସିକ ଭାରସାମ୍ୟ ହରାଇ ଥିବା ପୁଲିସ ଆଶଙ୍କା କରୁଛି । ସୋମବାର ସକାଳ ସମୟରେ ଲୋୟର ପିଏମ୍ଜି ଅଚଂଳରେ ଦେଖିବାକୁ ମିଳିଥିଲା ଯୁବକର ଏଭଳି ଭୟଙ୍କର କାଣ୍ଡ । ଅନେକ ଲୋକ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପାଗଳ ଜଣକ ଏମିତି ହିଂସ୍ର ହୋଇ ପଡିଥିଲା ଯେ କାବୁ କରିବାରେ ସଫଳ ହୋଇଛନ୍ତି ।