ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲ୍ ମ୍ୟାଚରେ ଶୋଚନୀୟ ପରାସ୍ତ ହୋଇଛି । ଅଷ୍ଟ୍ରେଲିଆ ୫ ୱିକେଟ୍ରେ ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ôଚପାରିଛି । ତେବେ ସେମି ଫାଇନାଲ୍ ମ୍ୟାଚ୍ ପୂର୍ବରୁ ମହମ୍ମଦ ରିଜୱାନ ଦୁଇ ଦିନ ହସ୍ପିଟାଲରେ ରହିଥିଲେ । ତାଙ୍କୁ ସେଠାରେ ଆଇସିୟୁରେ ରଖାଯାଇଥିଲା ବୋଲି ଜଣାପଡିଛି ।
ରିଜୱାନ ଓ ସୋଏବ ମଲିକ ସେମିଫାଇନାଲ୍ ମ୍ୟାଚ୍ ଖେଳିବା ନେଇ ସନ୍ଦେହ ଥିଲା । କାରଣ ଉଭୟଙ୍କୁ ଜ୍ୱର ହୋଇଥିଲା । ପାକିସ୍ତାନ ଟିମ୍ ଡାକ୍ତର କହିଛନ୍ତି ନଭେମ୍ବର ୯ରେ ରିଜୱାନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟିବା ସହ ସେ ମ୍ୟାଚ୍ ପୂର୍ବରୁ ସେ ଫିଟ୍ ହୋଇଯାଇଥିଲେ । ସୂଚନାଯୋଗ୍ୟ ଯେ, ଏହି ସେମିଫାଇନାଲ ମ୍ୟାଚରେ ରିଜୱାନ ୬୭, ଫଖର ଜମାନ୍ ୫୫ ଓ ଅଧିନାୟକ ଆଜମ ୩୯ ରନ୍ କରିଥିଲେ । ଅନ୍ୟପକ୍ଷରେ ଅଷ୍ର୍ଟ୍ରେଲିଆ ୫ ୱିକେଟ୍ ହରାଇ ଏହି ମ୍ୟାଚ୍ ଜିତି ଯାଇଥିଲା ।