ମୁମ୍ବାଇ : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମରେ ନିକ୍ଙ୍କ ସରନେମ ହଟାଇ ଦେଇଛନ୍ତି । ଏନେଇ ପ୍ରିୟଙ୍କାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ପ୍ରିୟଙ୍କା ୩ ବର୍ଷ ପୂର୍ବ ନିକ ଜୋନାସଙ୍କୁ ବିବାହ କରିଥିଲେ । ସେ ନିଜ ଇନଷ୍ଟା ପ୍ରୋଫାଇଲରୁ ସ୍ୱାମୀ ନିକ ଜୋନସଙ୍କ ସରନେମ ହଟାଇ ଦେଇଥିବା ଜଣାପଡିଛି । ଏନେଇ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି । କେବଳ ନିକଙ୍କ ସରନେମ୍ ନୁହେଁ, ପୂର୍ବତନ ମିସ୍ ୱାଲର୍ଡ ନିଜ ଇନଷ୍ଟାରୁ ନିଜ ସରନେମ୍ ମଧ୍ୟ ହଟାଇ ଦେଇଥିଲେ । ହଠାତ କାହିଁକି ସରନେମ ହଟାଇବା ପଛର କାରଣ ତାଙ୍କ ଫ୍ୟାନ ବୁଝିପାରୁ ନାହାନ୍ତି । ଏହାକୁ ନେଇ ପ୍ରିୟଙ୍କାଙ୍କ ମା ଏହାକୁ ଫାଲତୁ କଥା ବୋଲି କହିବା ସହ ଉଭୟ ଖୁବ ଖୁସି ଥିବା କହିଛନ୍ତି । ଏପରି ଗୁଜବ ପ୍ରଚାର ନ କରିବାକୁ କହିଛନ୍ତି ତାଙ୍କ ମାଆ । ସୂଚନାଯୋଗ୍ୟ ଯେ, ୨୦୧୮ରେ ରାଜସ୍ଥାନର ଏକ ପ୍ୟାଲେସରେ ଜାକଜମକରେ ବିବାହ କରିଥିଲେ ଏହି ଯୋଡି ।