ରାସ୍ତା ମଝିରେ ସ୍ୱାମୀଙ୍କୁ କିସ

ମୁମ୍ବାଇ: ବଲିଉଡର ଗାୟିକା ନେହା କକ୍କଡ ଓ ତାଙ୍କ ସ୍ୱାମୀ ରୋହନପ୍ରୀତ ସିଂଙ୍କ ଏବେ ପ୍ୟାରିସରେ ଦେଖିବାକୁ ମିଳିଛି । ତାଙ୍କର ପ୍ୟାରିସ ଭ୍ୟାକେସନର କିଛି ଫଟୋ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି । ଯେଉଁଥିରେ ନେହା ଓ ରୋହନପ୍ରୀତ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି ।

ଏହି ପୋଷ୍ଟରେ ନେହା ତାଙ୍କ ସ୍ୱାମୀଙ୍କୁ ରାସ୍ତା ମଝିରେ କିସ୍‌ କରୁଥିବା ଜଣାପଡିଛି । ଉଭୟ ପରସ୍ପରର ପ୍ରେମରେ ବୁଡି ରହିଛନ୍ତି । ଭାଇରାଲ ହୋଇଥିବା ଫଟୋଗୁଡ଼ିକରେ ନେହା ଆଇଫେଲ ଟାୱାର ସମ୍ମୁଖରେ ପୋଜ୍‌ ଦେଇଥିବା ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ମୁଁ ପ୍ରେମ ସହରରୁ ପ୍ରେମ ପଠାଉଛି ।