ଏହି ଦେଶରେ ୫ ବର୍ଷର ଶିଶୁଙ୍କୁ କୋଭିଡ୍‌ ଟିକାକରଣ ଆରମ୍ଭ

ଜେରୁସେଲମ: ଶିଶୁଙ୍କୁ କୋଭିଡ ସଂକ୍ରମଣରୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି ଟିକାକରଣ । ଇସ୍ରାଏଲରେ ୫ରୁ ୧୧ ବର୍ଷ ବୟସର ପିଲାଙ୍କୁ ଟିକା ଦେବା ଆରମ୍ଭ ହୋଇଛି । କରୋନାର ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବା ଆଶଙ୍କା କରାଯାଉଥିବାରୁ ଏହି ଟିକା ଦେବା ଆରମ୍ଭ କରିଛି ଇସ୍ରାଏଲ ।

ଦେଶରେ ଡେଲଟା ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ନଫତାଲି କହିଛନ୍ତି ନିକଟରେ ଚିହ୍ନଟ ସଂକ୍ରମଣ ମାମଲା ମଧ୍ୟରୁ ୧୧ ବର୍ଷରୁ କମ୍‌ ବୟସର ୫୦ ପ୍ରତିଶତ ଶିଶୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୧୧ରୁ ୧୭ ବର୍ଷ ଛୁଆଙ୍କୁ ଟିକା ଦିଆଯାଉଥିବା ବେଳେ ଏବେ ୫ରୁ ୧୧ ବର୍ଷର ଶିଶୁଙ୍କୁ ଟିକାକରଣ ଆରମ୍ଭ ହୋଇଛି ।ଇସ୍ରାଏଲ୍‌ ପ୍ରଥମ ଦେଶ ଭାବେ କରୋନା ଭୂତାଣୁ ବିରୋଧରେ ଟିକାକରଣ ଆରମ୍ଭ କରିଥିଲା । ଇସ୍ରାଏଲରେ ୯ ମିଲିୟନ ଲୋକଙ୍କୁ ମଧ୍ୟରୁ ୫.୭ ମିଲିୟନର ଅଧିକ ଲୋକଙ୍କୁ କରୋନା ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ଦିଆଯାଇଛି ।