ବାପାର କାର ଚକା ତଳେ ଚାଲିଗଲା ୪ବର୍ଷର ପୁଅର ଜୀବନ

ହାଇଦ୍ରାବାଦ : ବାପାଙ୍କ ଭୁଲ ଯୋଗୁଁ ଚାଲିଗଲା ୪ବର୍ଷର ପୁଅର ଜୀବନ । ଏହି ଘଟଣା ଘଟିଛି ହାଇଦ୍ରାବାଦର ଏଲବି ନଗରରେ । ଏଠାରେ ମନସୁରାବାଦରେ ଜଣେ ବାପା ଭୁଲରେ ନିଜର ୪ବର୍ଷର ପୁଅ ଉପରେ କାର୍‌ ଚଢାଇ ଦେଇଛନ୍ତି । ଯାହାପରେ ତାର ମୃତ୍ୟୁ ହୋଇଯାଇଛି । ଏହାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ୍‌ ହୋଇଛି । ଏହି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଆପାର୍ଟମେଣ୍ଟ୍‌ ବାହାରେ ଗୋଟିଏ ପିଲା ଖେଳୁଥିବା ଦେଖିବାକୁ ମିଳିଛି ।

କିଛି ସମୟ ପରେ କାରରେ ଏକ ବ୍ୟକ୍ତି ବସିଥିବା ଦେଖିବାକୁ ମିଳିଛି । କାରରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ସେହି ପିଲାର ବାପା । ତେବେ ପିଲାଟି ଖେଳୁଥିବା କଥାକୁ ତାର ବାପା ଧ୍ୟାନ ନଥିଲେ । ଏହାପରେ କାର୍‌ଟିକୁ ଉକ୍ତ ବ୍ୟକ୍ତି ଜଣକ ପିଲାଟି ଉପରେ ଚଢାଇ ଦେଉଛନ୍ତି । ଯେତେବେଳେ ତାର ବାପା ଏହା ଜାଣିବାକୁ ପାଇଛନ୍ତି । ସେ ତାଙ୍କ ପୁଅକୁ ଧରି ଆପାର୍ଟମେଣ୍ଟ ଭିତରକୁ ଦୌଡି ଯାଉଛନ୍ତି । ଏନେଇ ଘଟଣାର ତଦନ୍ତ କରୁଥିବା ପୋଲିସ୍‌ କହିଛି ଯେ, କାର୍‌ ଚଢିିଯାଇଥିବାରୁ ତାର ଅବସ୍ଥା ଗୁରୁତର ହେବାସହ ତାକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ମୃତ ବୋଲି ଘୋଷଣା କରିଥିଲେ ।