ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ସ୍ୱରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି । ସେ ସିଙ୍ଗିଲ ମଦର ହେବା ପାଇଁ ସ୍ଥିର କରିଛନ୍ତି । ବର୍ତ୍ତମାନ ଅବିବାହିତ ଜୀବନ ଉପଭୋଗ କରୁଥିବା ସ୍ୱରା ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବେ ବୋଲି ଜଣାପଡିଛି । ଏନେଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ସ୍ୱରା । ଏକ ସାକ୍ଷାତକାରରେ ସ୍ୱରା ପରିବାର ଏବଂ ଛୁଆଙ୍କ ପ୍ରତି ଇଚ୍ଛା ପ୍ରକାଶ କରିଛନ୍ତି ।

ସେ କେବଳ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିନାହାଁନ୍ତି ବରଂ ଅନେକ ଦମ୍ପତିଙ୍କୁ ଭେଟିଛନ୍ତି ଯେଉଁମାନେ ଏକ ଛୁଆ ଆଡପ୍ଟ କରିଛନ୍ତି । ଆଡପସନ ଏକ ଏଭଳି ରାସ୍ତା, ଯାହାକୁ ଅପଣାଇ ମୁଁ ନିଜ ସ୍ୱପ୍ନ ପୂରା କରିପାରିବି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ସ୍ୱରାଙ୍କ ଅପକମିଙ୍ଗ ଫିଲ୍ମ ଶିର-କୋରମା ରିଲିଜ ହେବ । ଏଥିରେ ସ୍ୱରାଙ୍କୁ ସମଲିଙ୍ଗୀ ଚରିତ୍ରରେ ନଜର ଆସିବେ । ତାଙ୍କ ଅପୋଜିଟ୍‌ରେ ଦିବ୍ୟା ଦତ୍ତା ନଜର ଆସିବେ । ସ୍ୱରାଙ୍କୁ ମଧ୍ୟ ଲଣ୍ଡନ ଇଣ୍ଡିପେଡେଣ୍ଟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ମଧ୍ୟ ମିଳିସାରିଛି ।