ସିଦ୍ଧୁଙ୍କ ଟାର୍ଗେଟରେ ଚନ୍ନି

ଚଣ୍ଡିଗଡ : ପଞ୍ଜାବ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ମଧ୍ୟରେ ବିବାଦ ସେତେ ବଢିବାରେ ଲାଗିଛି । ପଞ୍ଜାବ ସରକାରଙ୍କୁ ଲଗାତାର ଭାବେ ଟାର୍ଗେଟ କରୁଛନ୍ତି କଂଗ୍ରେସ ନେତା ସିଦ୍ଧୁ । ଯେକୌଣସି ପ୍ରସଙ୍ଗକୁ ନେଇ ପଞ୍ଜାବ ସରକାରଙ୍କୁ ଘେରୁଛନ୍ତି । ଏବେ ପୁଣି ଥରେ ଚନ୍ନିଙ୍କୁ ଚେତାବନୀ ଦେଇଛନ୍ତି ସିନ୍ଧୁ । ଯଦି ଡ୍ରଗ୍ସ ରିପୋର୍ଟ ଜାରି କରାନଯାଏ ତେବେ ସେ ନିଜ ସରକାର ବିରୁଦ୍ଧରେ ଆମରଣ ଅନଶନରେ ବସିବେ । ଏକ ରାଲିକୁ ସମ୍ବୋଧିତ କରି ସିଦ୍ଧୁ କହିଛନ୍ତି, ପଞ୍ଜାବରେ ଯୁବ ପିଢି ଡ୍ରଗ୍ସ ସେବନରେ ଲିପ୍ତ ରହୁଛନ୍ତି । ଏଥିପାଇଁ ଅନେକଙ୍କ ମୃତ୍ୟୁ ମଧ୍ୟ ହେଲାଣି ।

ଏପରିକି ଲୋକେ ନିଜର ପିଲାମାନଙ୍କୁ ଡ୍ରଗ୍ସ ନେଉଥିବା ଦେଖି ବିଚଳିତ ହୋଇଯାଉଛନ୍ତି । ସେ ଖୋଲା ଖୋଲି ଭାବେ ବିରୋଧ କରୁଥିବା ଜଣାପଡିଛି । ପଞ୍ଜାବରେ ବୃଦ୍ଧି ପାଉଥିବା ଡ୍ରଗ୍ସ କାରବାରକୁ ନେଇ ସିଦ୍ଧୁ କହିଛନ୍ତି, ଯଦି ନିଶା ଏବଂ ଡ୍ରଗ୍ସ ସହ ଜଡିତ ରିପୋର୍ଟ ସରକାର ସାର୍ବଜନୀନ ନକରନ୍ତି ତେବେ ସେ ଆମରଣ ଅନଶନରେ ବସିବି । ନିଶା ନେବା କାରଣରୁ ଯୁବପିଢି ବର୍ବାଦ ହେବା ରାଜ୍ୟ ଛାଡୁଛନ୍ତି । ଯଦି ଏମିତି ଲୋକେ ରାଜ୍ୟ ଛାଡି ଚାଲିଯିବେ ତେବେ ଟ୍ୟାକ୍ସ କେଉଁଠୁ ଆସିବ । ଏହା ହେଲେ ପଞ୍ଜାବରେ ବଡ ହସ୍ପିଟାଲ କିଭଳି ତିଆରି ହେବ ଏବଂ କଲେଜ କିଭଳି ତିଆରି ହେବ ବୋଲି ସେ କହିଛନ୍ତି । ପୂର୍ବରୁ ମଧ୍ୟ ଅନେକଥର ସିଦ୍ଧୁ ଏବଂ ଚନ୍ନିଙ୍କ ମଧ୍ୟରେ ବିବାଦ ହୋଇଛି । କିଛି ଦିନ ପୂର୍ବରୁ କରତାରପୁର କରିଡର ଖୋଲାଯିବା ପରେ ଚନ୍ନି ଯେତେବେଳେ ନିଜ ପ୍ରତିନିଧି ମଣ୍ଡଳ ସହ ଦର୍ଶନ କରିବାକୁ ଯାଇଥିଲେ ସେତେବେଳେ ସିଦ୍ଧୁଙ୍କୁ ସାମିଲ କରାଯାଇନଥିଲା କିମ୍ବା ନିମନ୍ତ୍ରଣ କରାଯାଇନଥିଲା । ଏଥି ପାଇଁ ଖୋଲାଖୋଲି ଭାବେ ଅସନ୍ତୋଷ ଜାହିର କରିଥିଲେ ସିଦ୍ଧୁ ।