ବରଫ ପାତ ଯୋଗୁ ସମୁଦ୍ରରେ ଟ୍ରାଫିକ ଜାମ

ନୂଆଦିଲ୍ଲୀ: ରୁଷର ସମୁଦ୍ରତଟ ନିକଟରେ ପାଗ ଖରାପ ରହିବାରୁ ସମୁଦ୍ରରେ ଟ୍ରାଫକ ଜାମ ଭଳି ସମସ୍ୟା ହୋଇଛି । ଏନେଇ ଏଠାରେ ୨୪ଟି ଜାହଜ ବରଫ ମଧ୍ୟରେ ଫଶି ରହିଛି । ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ବି ଏଠାରେ ଭୀଷଣ ଜାମ ପରିଲକ୍ଷିତ ହୋଇଛି । ପାଣିପାଗ ବିଭାଗର ଅନୁମାନ ପୂର୍ବରୁ ଏଠାରେ ବରଫ ପାତ ଯୋଗୁଁ ଜାହଜ ଫଶିଯିବା ସହ ପୁରା ଉତ୍ତର ରାସ୍ତା ବନ୍ଦ ହୋଇଯାଇଛି ।

ଏହାର ସୂଚନା ପାଇ ରାସ୍ତା ସଫା କରିବାକୁ ମସ୍କରୁ ଦୁଇଟି ବରଫ କାଟିବା ଜାହାଜ ସହ ରିଲିଫ୍‌ ସାମଗ୍ରୀ ଯୋଗାଯାଉଛି । ଫଶି ରହିଥିବା ଜାହଜଗୁଡିକର ଦିଗ ପରିବର୍ତ୍ତନ କରିବାକୁ ପ୍ରୟାସ ଜାରି ରହିଛି । ରୁଷ ନ୍ୟୁଜ ଏଜେନ୍ସିର ସୂଚନା ମୁତାବକ ପାଣିପାଗର ପୂର୍ବାନୁମାନ ନ ଲଗାଇ ପାରିବାରୁ ଏହି ଜାହଜଗୁଡିକ ଆର୍କିଟିକ୍‌ ସାଗରରେ ଫଶି ରହିଛି । ଏନେଇ ରୁଷ ତରଫରୁ ଏହାର ବିକଳ୍ପ ଚିନ୍ତା କରାଯାଉଛି । ରୁଷ ନିଜର ଦୁଇଟି ପରମାଣୁ ଶକ୍ତି ସମ୍ପର୍ଣ୍ଣ ଜାହାଜ ପଠାଇବାକୁ ଯୋଜନା କରୁଛି । ଏହି ଜାହଜ ବରଫକୁ କାଟି ଫଶିଥିବା ଜାହଜଗୁଡିକ ପାଇଁ ରାସ୍ତା ସଫା କରିବାରେ ସହାୟକ ହେବ ।