ଓମିକ୍ରନକୁ ଦୃଷ୍ଟିରେ ରଖି ଲାଗିଲା କଟକଣା

ନୂଆଦିଲ୍ଲୀ : ସାରା ଦେଶରେ ବଢୁଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ଲକ୍ଷେ୍ନøରେ ୧୪୪ ଧାରା ଜାରି କରାଯାଇଛି । ନିର୍ଦ୍ଦେଶନାମା ଅନୁସାରେ ରେସ୍ତୋରା, ସିନେମା ହଲ, ମଲ୍ଟିପ୍ଲେକ୍ସ, ଜିମ ଓ ଷ୍ଟାଡିୟମରେ ୫୦ ପ୍ରତିଶତ କ୍ଷମତା ସହ ଖୋଲିପାରିବ । ଅନ୍ୟପକ୍ଷରେ ଧାରା ଲକ୍ଷେ୍ନøରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବିଭିନ୍ନ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ବ୍ୟକ୍ତି ସାମିଲ ହୋଇପାରିବେନି ।

ବିଧାନସଭା ଆଖପାଖରେ କୌଣସି ଧାରଣା ଓ ପ୍ରତିବାଦ ହୋଇପାରିବ ନାହିଁ । ସେହିପରି ଧାର୍ମିକସ୍ଥାନମାନଙ୍କରେ ୫୦ରୁ ଅଧିକ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେନି । ରାତି ୧୦ଟା ପରେ ଲାଉଡ ସ୍ପିକରରେ ଗୀତ ବାଜେଇବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଅନ୍ୟପକ୍ଷରେ ସରକାରୀ କାର୍ଯ୍ୟାଳୟ ତଥା ସରକାରୀ ଅଧିକାରୀଙ୍କ ବାସଭବନ ଆଖପାଖରେ ଡ୍ରୋନ କ୍ୟାମେରାରେ ସୁଟିଂ କରାଯିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ସେହିପରି କୋଭିଡ କଟକଣା ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କୁହାଯାଇଛି ଏହି ନିର୍ଦ୍ଦେଶରେ କୁହାଯାଇଛି ।