ଗଞ୍ଜାମ(ସାକ୍ସୀ ନ୍ୟୁଜ୍): ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଖଲ୍ଲିକୋଟ ଅଗ୍ନିଶମ ବାହିନୀ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଜୋରଦାର କରାଯାଇଛି। ଭାରି ବର୍ଷା ଯୋଗୁଁ ଜଳବନ୍ଦୀ, ରାସ୍ତାରେ ଗଛ ପଡ଼ିବା କିମ୍ବା ଅନ୍ୟ କୌଣସି ଆପତ୍କାଳୀନ ପରିସ୍ଥିତି ଉପୁଜିଲେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛି। ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଆବଶ୍ୟକସ୍ଥଳେ ଜଳ ନିଷ୍କାସନ ଓ ରାସ୍ତାରେ ପଡ଼ିଥିବା ଗଛ ହଟାଇବା ଭଳି କାର୍ଯ୍ୟ ପାଇଁ ଟିମ୍କୁ ସଜାଗ ରଖାଯାଇଛି। ପାଣିପାଗ ପରିସ୍ଥିତି ଉପରେ ମଧ୍ୟ ନଜର ରଖାଯାଇଛି। ସମ୍ଭାବ୍ୟ ବର୍ଷା ଓ ବିପର୍ଯ୍ୟୟ ସମୟରେ ଲୋକମାନେ ଅଯଥା ଭୟଭୀତ ନହୋଇ ସତର୍କ ରହିବା ସହ ପ୍ରଶାସନ ଓ ଅଗ୍ନିଶମ ବାହିନୀକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଗଞ୍ଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।