ନୂଆଦିଲ୍ଲୀ : ସାଉଥ ଅଭିନେତା ଅଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମାନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ରିଲିଜ୍ ହୋଇଛି । ଏହି ଫିଲ୍ମକୁ ଦେଖିବା ପାଇଁ ଆଡଭାନ୍ସ ଟିକେଟ୍ ବୁକ୍ କରାଯାଇଥିଲା । କିନ୍ତୁ କର୍ଣ୍ଣାଟକରେ ଏହାକୁ ବିରୋଧ କରାଯାଉଛି । ପୁଷ୍ପା ଚଳଚ୍ଚିତ୍ର ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ରିଲିଜ୍ ହୋଇଛି । କିନ୍ତୁ କନ୍ନଡ ଭର୍ସନ ପାଇଁ ପରଦାର ଅଭାବ ରାଜ୍ୟରେ ଦର୍ଶକଙ୍କୁ ନିରାଶ କରିଛି ।
ଯେଉଁଥିପାଇଁ ଅଲୁ-ରଶ୍ମିକାଙ୍କ ଫ୍ୟାନମାନେ କ୍ରୋଧିତ ଅଛନ୍ତି ଏବଂ ଏହାକୁ ବହିଷ୍କାର କରୁଛନ୍ତି । ପୁଷ୍ପାର ତେଲୁଗୁ ଭର୍ସନ କର୍ଣ୍ଣାଟକରେ ଅଧିକ ସ୍କ୍ରିନ୍ ପାଇଛି । ଯେଉଁଥିପାଇଁ ସେଠାରେ ଥିବା ଲୋକଙ୍କ ମଧ୍ୟରେ ନିରାଶା ଦେଖାଦେଇଛି । କାରଣ ସେମାନେ ନିଜ ରାଜ୍ୟରେ ଫିଲ୍ମର କନ୍ନଡ ଭର୍ସନର ଶୋ’ ଅଧିକ ଚାହୁଁଛନ୍ତି । ଏହା ନହେବାରୁ ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ଏହାକୁ ବୟକଟ କରିବାକୁ ଦାବି କରୁଥିବା ଜଣାପଡିଛି ।