ଜ୍ୟାକଲିନ ଓ ନୋରାଙ୍କୁ ମହାଠକ ଦେଇଥିବା ଉପହାର ଜବତ ହେବ

ନୂଆଦିଲ୍ଲୀ: ଜାଲିଆତି ଘଟଣାରେ ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ପାଇଥିବା ସମସ୍ତ ଉପହାରକୁ ଜବତ କରିବ ଇଡି । ଜ୍ୟାକଲିନଙ୍କୁ ପ୍ରାୟ ୧୦ କୋଟି ଟଙ୍କାର ଉପହାର ଦେଇଥିଲା ମହାଠକ ସୁକେଶ । ସୁକେଶଙ୍କଠାରୁ ଜ୍ୟାକଲିନ ପାଇଥିବା ଉପହାର ହେଲା ଦୁଇ ହଳ ହୀରାର ରିଙ୍ଗ, ଦାମୀ ବ୍ରେସଲେଟ, ୩ଟି ବିର୍କିନ ବ୍ୟାଗ, ଦୁଇଟି ଗୁସି ବ୍ୟାଗ, ଗୋଟିଏ ବହୁରଙ୍ଗୀ ବ୍ରେସଲେଟ ଗିଫ୍ଟ ଆକାରରେ ପାଇଛନ୍ତି ବୋଲି ସ୍ୱୀକାର କରିଛନ୍ତି ।

ଅନ୍ୟପକ୍ଷରେ ସୁକେଶ କହିଛି ଯେ ସେ ଜ୍ୟାକଲିନଙ୍କୁ ୧୫ ହଳ କାନଫୁଲ ଓ ରିଙ୍ଗ, ୫ଟି ବିର୍କିନ ବ୍ୟାଗ, ଗୁସିର ବିଭିନ୍ନ ସାମଗ୍ରୀ, କାର୍ଟିୟର ଚୁଡି ଓ ରିଙ୍ଗ, ଟିଫାନି ଆଣ୍ଡ କମ୍ପାନୀର ଏକ ବ୍ରେସଲେଟ, ଅନେକ ରୋଲେକ୍ସ ଘଡି ଦେଇଛନ୍ତି । ଏଥି ସହ ୭ କୋଟି ଟଙ୍କାର ଅଳଙ୍କାର, ଏକ ଦାମୀ ଘୋଡା, ୪ଟି ପାର୍ସୀ ବିଲେଇ ଉପହାର ଦେଇଥିଲେ । ସେହିପରି ସୁକେଶଙ୍କ ପତ୍ନୀଙ୍କଠାରୁ ଅଭିନେତ୍ରୀ ନୋରା ଫତେହୀ ଏକ ବିଏମଡବ୍ଲ୍ୟୁ୍ଲୁ କାର୍‌ ଉପହାର ପାଇଥିଲେ ବୋଲି ଇଡି ଜାଣିବାକୁ ପାଇଛି । ବିଭିନ୍ନ ଉପାୟରେ ଠକେଇ କରି ଏହି ଅର୍ଥକୁ ଏହି ଗିଫ୍ଟ ଦିଆଯାଇଥିଲା ବୋଲି ଇଡି ସ୍ପଷ୍ଟ କରିଛି ।