ମଧ୍ୟପ୍ରଦେଶରେ ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

ଭୋପାଳ: ମଧ୍ୟପ୍ରଦେଶରେ ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ । ଏନେଇ ମଧ୍ୟ ପ୍ରଦେଶ ସରକାର ରାଜ୍ୟରେ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା କରିଛନ୍ତି । ଏହି କର୍ଫ୍ୟୁ ରାତି ୧୧ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କୋଭିଡର ତୃତୀୟ ଲହରର ଆଶଙ୍କା ପ୍ରକାଶ କରିବା ସହ ସେ କହିଛନ୍ତି ରାଜ୍ୟରେ କୋଭିଡ୍‌-୧୯ର ୩୦ ମାମଲା ସାମ୍ନାକୁ ଆସିଛି ।

ମହାରାଷ୍ଟ୍ର, ଗୁଜରାଟ ଏବଂ ଦିଲ୍ଲୀରେ କରୋନା ପଜିଟିଭ୍‌ ମାମଲା ବଢିବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି ।