ଗିରଫ ହେଲେ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ ଧମକ ଦେଇଥିବା ବ୍ୟକ୍ତି

ମୁମ୍ବାଇ: ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ଧମକ ଦେଇଥିବା ଯୁବକଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ପୁଲିସ । ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଜୟ ସିଂ ରାଜପୁତ ନାମକ ଅଭିଯୁକ୍ତଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ମୁମ୍ବାଇକୁ ଆଣିଛି । ଗତ ଡିସେମ୍ବର ୮ ତାରିଖରେ ଜୟ ସିଂ ରାଜପୁତ ପ୍ରଥମେ ଆଦିତ୍ୟଙ୍କୁ ଫୋନ୍‌ କରିଥିଲେ କିନ୍ତୁ ଆଦିତ୍ୟ ଫୋନ୍‌ ଉଠେଇ ନଥିଲେ ।

ପରେ ଅଭିଯୁକ୍ତ ଜଣକ ଆଦିତ୍ୟଙ୍କୁ ଧମକପୂର୍ଣ୍ଣ ମେସେଜ୍‌ ପଠାଇଥିଲେ । ସାଇବର ପୁଲିସ୍‌ ଅଭିଯୁକ୍ତଙ୍କ ଫୋନ୍‌ ନମ୍ବର ଟ୍ରାକ କରି ବେଙ୍ଗାଲୁରୁରୁ ଏହି ଧମକପୂର୍ଣ୍ଣ ମେସେଜ୍‌ ଆସିଛି ବୋଲି ଜାଣିବାକୁ ପାଇଥିଲା ଓ ଏକ ସ୍ୱତନ୍ତ୍ର ପୋଲିସ ଟିମ ଯାଇ ଅଭିଯୁକ୍ତଙ୍କୁ ଗିରଫ କରି ମୁମ୍ବାଇ ଅଣାଯାଇଥିଲା ।