ଆଇସିସି ଟେଷ୍ଟ୍‌ ବ୍ୟାଟିଂ ର‍୍ୟାଙ୍କିଙ୍ଗରେ ଖସିଲେ ବିରାଟ

ଦୁବାଇ: ଆଇସିସି ଟେଷ୍ଟ ବ୍ୟାଟିଂ ର‍୍ୟାଙ୍କିଙ୍ଗରେ ଭାରତୀୟ ଅଧିନାୟକ ବିରାଟ କୋହଲି ସପ୍ତମ ସ୍ଥାନକୁ ଖସିଛନ୍ତି । ସେହିପରି ଅଷ୍ଟ୍ରେଲିଆର ମାର୍ନସ ଲାବୁସାନ ୯୧୨ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନରେ ପହଞ୍ôଚଛନ୍ତି । ଆହତ ଯୋଗୁଁ ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରିଥିବା ଭାରତୀୟ ଓପନର୍‌ ରୋହିତ ଶର୍ମା ପଞ୍ଚମ ସ୍ଥାନରେ ଅପରିବର୍ତ୍ତିତ ଅଛନ୍ତି ।

ବୋଲରଙ୍କ ମଧ୍ୟରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କ ପଛକୁ ଦ୍ୱିତୀୟରେ ରହିଛନ୍ତି । ବିରାଟ କୋହଲି ପୂର୍ବରୁ ୭୫୬ ପଏଣ୍ଟ୍‌ ସହ ଷଷ୍ଠରେ ଥିଲେ ଏବେ ସପ୍ତମକୁ ଖସିଛନ୍ତି ।