ଭାରତରେ ୪୦୦ ପାର କଲା ଓମିକ୍ରନ

ନୂଆଦିଲ୍ଲୀ : ଭାରତରେ ଓମିକ୍ରନ୍‌ ସଂକ୍ରମଣ ୪୦୦ ପାର କରିବା ସହ ଏହି ମାମଲା ୪୧୫କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବିଶ୍ୱରେ କୋଭିଡ ମାମଲାରେ ଚତୁର୍ଥ ପର୍ଯ୍ୟାୟ ବୃଦ୍ଧି ଘଟିଲାଣି । ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ ଡେଲଟା ତୁଳନାରେ ଓମିକ୍ରନ୍‌ ଅଧିକ ବିପଦ ରହିଛି । ଅନ୍ୟପକ୍ଷଟେ ଓମିକ୍ରନ୍‌ ବଢୁଥିବାରୁ ଉତ୍ତରପ୍ରଦେଶ ଏବଂ ହରିୟାଣା ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲଗାଯାଇଛି ।