ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ବଡ଼ ଉପହାର ଦେଲେ ପଞ୍ଜାବ ସରକାର

ଚଣ୍ଡୀଗଡ : ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ବଡ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜୀତ ସିହଂ ଚନ୍ନୀ । କୃଷକଙ୍କ ଋଣ ଛାଡ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କୃଷକଙ୍କ ୨ ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ କରାଯିବ । ଏହାସହ ଭୂମିହୀନ ଶ୍ରମିକଙ୍କ ଋଣ ମଧ୍ୟ ଛାଡ କରାଯିବ । ଚନ୍ନୀ କହିଛନ୍ତି ସରକାର ଋଣଭାର କୃଷକଙ୍କ ଖାତାରେ ୨ ହଜାର କୋଟି ଜମା କରିବେ ।

ଏହି ରାଶି ୧୦ରୁ ୧୫ ଦିନ ମଧ୍ୟରେ ପହଞ୍ଚିଯିବ । ସେହିପରି ଆଗକୁ ଶ୍ରୀମଦ ଭାଗବତ ଗୀତା ଏବଂ ରାମାୟଣ ପଠନ କେନ୍ଦ୍ର ସ୍ଥାପିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।