ରାଧେ ଶ୍ୟାମର ଟ୍ରେଲର୍‌ ରିଲିଜ୍‌

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ରାଧେ ଶ୍ୟାମର ଟ୍ରେଲର ରିଲିଜ୍‌ ହୋଇଛି । ଏହି ଫିଲ୍ମରେ ପ୍ରଭାସଙ୍କ ସହ ପୂଜା ହେଗଡେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ଆସନ୍ତା ଜାନୁୟାରୀ ୧୪ରେ ରିଲିଜ୍‌ ହେବ । ଫିଲ୍ମର ଟ୍ରେଲର ରିଲିଜ ହେବା ମାତ୍ରେ ଭାଇରାଲ ହୋଇଛି । ଟ୍ରେଲରରେ ପ୍ରଭାସ କହିଛନ୍ତି ତାଙ୍କ ଭାଗ୍ୟରେ ପ୍ରେମ ଏବଂ ବିବାହ ଲେଖା ନାହିଁ ।

ଟ୍ରେଲର ସମୟରେ ଏହା ଦେଖାଯାଇଛି ଯେତେବେଳେ ଜଣେ ବିଦେଶୀ ଝିଅ ପ୍ରଭାସଙ୍କୁ ‘ଆଇ ଲଭ୍‌ ୟୁ କହିଛନ୍ତି’, ସେ ତାଙ୍କୁ କହିଛନ୍ତି, ‘ନା, ମୁଁ କେବଳ ଫ୍ଲର୍ଟ?ସନ୍‌ ଚାହେଁ’ । ଖୁବ୍‌ ଶୀଘ୍ର ପ୍ରଭାସଙ୍କ ଜୀବନରେ ପୂଜା ହେଗଡେଙ୍କ ଏଣ୍ଟ୍ରୀ ହୋଇଛି, ଯାହାଙ୍କୁ ଦେଖି ଅଭିନେତା ତାଙ୍କ ପ୍ରେମରେ ପଡ଼ିଯାଇଛନ୍ତି । ଟ୍ରେଲରରେ ପୂଜା କହିଛନ୍ତି ପ୍ରଭାସ ଏବଂ ତାଙ୍କ ମଧ୍ୟରେ ୯୭ ଥର କିସ୍‌ ହୋଇଛି ।