କପଡା ମାସ୍କକୁ ନେଇ ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ: ସାରା ଦେଶରେ ଓମିକ୍ରନ୍‌ ସଂକ୍ରମଣ ଦ୍ରୁତ ବେଗରେ ବଢି ଚାଲିଛି । ସେହିଭଳି ରଙ୍ଗରଙ୍ଗିଆ, ପୁନଃବ୍ୟବହାର ଉପଯୋଗୀ କପଡା ମାସ୍କ୍‌ ବ୍ୟବହାର ବିପକ୍ଷରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ ସେବାର ପ୍ରଧ୍ୟାପକ କହିଛନ୍ତି ଯେ, ସତ କହିବାକୁ ଗଲେ କପଡା ମାସ୍କ ଯେତିକି ଭଲ ସେତିକି ବିପଦ ।

ମିଶ୍ରିତ ସାମଗ୍ରୀରେ ନିର୍ମିତ ଦୁଇ କିମ୍ବା ତିନି-ଥାକିଆ ମାସ୍କ୍‌ ଅଧିକ ଫଳପ୍ରଦ ହୋଇଥିବା ବେଳେ କପଡା ମାସ୍କ ଆକର୍ଷଣୀୟ ଫେସନ ମାତ୍ର । ସେ କହିଛନ୍ତି ଯେ, କପଡା ମାସ୍କର ମୁଖ୍ୟ ଅଡୁଆ ହେଲା ସେଗୁଡିକର କେଣସି ସ୍ୱାସ୍ଥ୍ୟ ମାନ ନାହିଁ । କିନ୍ତୁ, ଏନ-୯୫ ଭଳି ମାସ୍କ ସବୁ ୯୫% କଣିକା ଛାଣି ରଖୁଥିବା ସୁନିଶ୍ଚିତ କଥା । ତା ଛଡା ପିନ୍ଧିଥିବା ମାସ୍କ ଯଦି ନାକ ଓ ପାଟିକୁ ସଠିକ୍‌ ଭାବେ ଆବୃତ କରି ନ ପାରିଲା ତାହା ମୂଲ୍ୟହୀନ ।