ଜୈସଲମେର : ଭାରତୀୟ ସେନାର ମିଗ୍-୨୧ ବିମାନ କ୍ରାସ ହୋଇଛି । ଏହି ଘଟଣା ରାଜସ୍ଥାନର ଜୈସଲମେର ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ଭାରତ-ପାକିସ୍ତାନ ସୀମା ନିକଟରେ ଘଟିଛି । ଦୁର୍ଘଟଣାରେ ପାଇଲଟ୍ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।
ଜୈସଲମେର ପୋଲିସ ଅଧୀକ୍ଷକ ଅଜୟ ସିଂହ କହିଛନ୍ତି ବିମାନ ଦୁର୍ଘଟଣା ଜାତୀୟ ପାର୍କ ଅଞ୍ଚଳର ମରୁଭୂମିରେ ଘଟିଛି । ସୂଚନା ଅନୁଯାୟୀ ଦୁର୍ଘଟଣା ସମୟରେ ବିମାନ ମାଟିରେ ପଡିବା ବେଳେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।