ପୁଣି ତିହାର ଜେଲରେ ଜଣେ କଏଦୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ଗତ ୮ ଦିନ ମଧ୍ୟରେ ୫ ଜଣ କଏଦୀଙ୍କ ମୃତ୍ୟୁ ହୋଇସାରିଲାଣି । ଜେଲ ଭିତରେ କଏଦୀଙ୍କ ମୃତ୍ୟୁ ଘଟୁଥିବାରୁ କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ପାଲଟିଛି । ଦିଲ୍ଲୀ ପୋଲିସ କହିବା ଅନୁସାରେ ମୃତ୍ୟୁବରଣ କରିଥିବା ସମସ୍ତ କଏଦୀ କୌଣସି କାରଣ ପାଇଁ ନୁହେଁ ବରଂ ସେମାନଙ୍କ ମୃତ୍ୟୁ ପ୍ରାକୃତିକ ।

ଏ ସମସ୍ତ ମାମଲାର ଯାଞ୍ଚ କରିଥିବା ଦିଲ୍ଲୀ ପୋଲିସ କହିଛି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ତିହାର ଜେଲ ନମ୍ବର ୩ରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଥିବା ନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ସେଲ ମଧ୍ୟରୁ ଅଚେତ ଅବସ୍ଥାରେ କଏଦୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।