ବ୍ରେକଅପ୍‌ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ସୁସ୍ମିତା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ବ୍ରେକ ଅପ ନେଇ ମୁହଁ ଖୋଲିଛନ୍ତି । ରୋହମନ ଶୋଲଙ୍କ ସହ ବ୍ରେକଅପ୍‌ ହୋଇଥିବା ନେଇ ହେଉଥିବା ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୁସ୍ମିତା । ଏ ନେଇ ସେ ନିଜେ ସୂଚନା ଦେଇଛନ୍ତି । ସୁସ୍ମିତା କହିଛନ୍ତି, ସେ ଏବଂ ରୋହମନ ଶୋଲଙ୍କ ମଧ୍ୟରେ ଥିବା ସମ୍ପର୍କ ଅନେକ ଦିନ ପୂର୍ବରୁ ଶେଷ ହୋଇଯାଇଥିଲା । କିନ୍ତୁ ଆମ ଭିତରେ ଭଲପାଇବା ପୂର୍ବଭଳି ରହିଛି । ବହୁ ଦିନ ଧରି ଲାଗିରହିଥିବା ଚର୍ଚ୍ଚା ଭିତରେ ରୋହମନଙ୍କ ସହ ଫଟୋ ସେୟାର କରିଛନ୍ତି ସୁସ୍ମିତା ସେନ । ଉଭୟ ସେଲଫି ମୋଡରେ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି ।

କ୍ୟାପସନରେ ଅଭିନେତ୍ରୀ ଲେଖିଛନ୍ତି ଯେ, ବନ୍ଧୁତାରୁ ହିଁ ଆମର ସମ୍ପର୍କ ଆରମ୍ଭ ହୋଇଥିଲା । ଏବେ ବି ବନ୍ଧୁତା ରହିଛି କିନ୍ତୁ ସମ୍ପର୍କ ଅନେକ ଦିନ ତଳୁ ଶେଷ ହୋଇଯାଇଛି । ସେହିପରି ସୁସ୍ମିତା-ରୋହମନଙ୍କ ଯୋଡିକୁ ବଲିଉଡରେ ବେଶ୍‌ ପସନ୍ଦ କରାଯାଉଥିଲା । ଏବେ ଉଭୟ ଏବେ ଅଲଗା ରହୁଛନ୍ତି । ତେବେ ଉଭୟଙ୍କ ମଧ୍ୟରେ କେଉଁ କାରଣ ପାଇଁ ବିବାଦ ଆରମ୍ଭ ହୋଇଥିଲା ସେ ନେଇ କୌଣସି ସୂଚନା ଦେଇନାହାନ୍ତି ।