ମାହିଙ୍କ ବିରୋଧରେ ଅଭିଯୋଗ ଆଣିଲେ ହରଭଜନ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ହରଭଜନ ସିଂହ । ଏକ ସାକ୍ଷାତକାର ଦେଇ ହରଭଜନ କହିଛନ୍ତି ମୋତେ ୩୧ ବର୍ଷ ହୋଇଥିବା ବେଳେ ମୁଁ ୪ଶହ ଟେଷ୍ଟ ୱିକେଟ ନେଇଥିଲି । ଯଦି ୩୧ ବର୍ଷ ବୟସରେ ୪ଶହ ୱିକେଟ ନେଇପାରୁଛି ତେବେ ଆଉ ୮/୯ ବର୍ଷ ଖେଳିଥିଲେ ଅତିକମରେ ୧୦୦ ୱିକେଟ ନେଇଥାନ୍ତି । କିନ୍ତୁ ମୋତେ ଅଧିକାଂଶ ମ୍ୟାଚରେ ଖେଳିବାକୁ ସୁଯୋଗ ଦିଆଗଲା ନାହିଁ । ମୋତେ ଦଳରେ ସିଲେକ୍ସନ ମଧ୍ୟ କରାଯାଉନଥିଲା । ସେହିପରି ମୋତେ ଚକ୍ରାନ୍ତ କରି ବାରମ୍ବାର ଦଳରୁ ବାଦ ଦିଆଯାଉଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମୋ କଥା ସେତେବେଳେ ମହେନ୍ଦ୍ର ସିଂହ ଧୋନୀଙ୍କ ସାମ୍ନାରେ ମଧ୍ୟ ରଖିଥିଲି । କିନ୍ତୁ ମୋତେ କୌଣସି ଜବାବ ମିଳିନଥିଲା । ସେତେବେଳେ ମୋତେ ଏମିତି ଲାଗୁଥିଲା ଯେ, ଦଳକୁ କାହିଁକି ବାହାରେ ରଖାଯାଉଛି ତାହା ମୋତେ ଜଣାଇବେ ନାହିଁ । ବାରମ୍ବାର କହିବା ପରେ ମଧ୍ୟ କିଛି ଜବାବ ମିଳିନଥିଲା । ୨୩ ବର୍ଷର କ୍ରିକେଟ କ୍ୟାରିୟର ମଧ୍ୟରେ ହରଭଜନ ୧୦୩ଟି ଟେଷ୍ଟ ଖେଳିଥିବା ବେଳେ ୪୧୭ ୱିକେଟ ନେବା ସହ ୨୩୬ ଦିନିକିଆରୁ ୨୬୯ ୱିକେଟ ଏବଂ ୨୮ ଟି ଟି-୨୦ ମ୍ୟାଚ ଖେଳି ୨୫ଟି ୱିକେଟ ନେଇଛନ୍ତି ।