କୋଲକାତାକୁ ବିଦେଶୀ ବିମାନ ମନା

କୋଲକାତା : ସାରା ରାଜ୍ୟରେ ବଢୁଥିବା ଓମିକ୍ରନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । କୋଲକାତା ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବ୍ରିଟେନରୁ ଆସୁଥିବା ସବୁ ବିମାନର ଅବତରଣ ନିଷିଦ୍ଧ କରିଛନ୍ତି । ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଙ୍କୁ ପତ୍ର ଲେଖି ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି ।

ଦେଶ ଭିତରେ ଓ ବିଦେଶରେ ଓମିକ୍ରନ ଭାରିଏଣ୍ଟର ସଂକ୍ରମଣ ଏବେ ଚିନ୍ତାର ବିଷୟ ପାଲଟିଥିବା ସୂଚିତ କରିଛନ୍ତି । ଏଣୁ ଅସ୍ଥାୟୀ ଭାବେ ଆସନ୍ତା ୩ ଜାନୁୟାରୀ ୨୦୨୨ରୁ ବ୍ରିଟେନ-କୋଲକାତା ସବୁ ସିଧା ଉଡ଼ାଣ ନିଲମ୍ବିତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏହାଛଡା କୋଲକାତା ବିମାନବନ୍ଦରକୁ ଅନ୍ୟ ଦେଶରୁ ଆସୁଥିବା ବିମାନ ଯାତ୍ରୀଙ୍କୁ କୋଭିଡ ପରୀକ୍ଷଣ କରିବାକୁ ବାଧ୍ୟତାମୂଳକ କରାଯାଇଛି ।