ମୁମ୍ବାଇ : ଓଡିଆ ଝିଅ ନବଦୀପ କୌର ମିସେସ ୱାର୍ଲଡ୍ ୨୦୨୨ ବ୍ୟୁଟି ପାଜେଣ୍ଟରେ ବେଷ୍ଟ କଷ୍ଟ୍ୟୁମ୍ ଜିତି ଓଡିଶା ପାଇଁ ଗୌରବ ଆଣିଛନ୍ତି । ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୧ରେ ମୁକୁଟ ପିନ୍ଧିଥିବା ନବଦୀପ, ଆମେରିକାର ଲାସ୍ ଭେଗାସ୍ ନେଭାଡା ଠାରେ ଆୟୋଜିତ ମିସେସ ୱାର୍ଲ୍ଡ ୨୦୨୨ର କଷ୍ଟ୍ୟୁମ୍ ରାଉଣ୍ଡ ଜିତିଛନ୍ତି । ଏହି ରାଉଣ୍ଡରେ ଅଂଶଗ୍ରହଣକାରୀ ନିଜ ପୋଷାକ ମାଧ୍ୟମରେ ନିଜ ଦେଶର ବିଶେଷତ୍ୱ ଦର୍ଶାଇଥିଲେ ।
ନବଦୀପ ମଧ୍ୟ ଏହି ପ୍ରତିଯୋଗିତାରେ ନିଜ ଦକ୍ଷତା ବଳରେ ଶ୍ରେଷ୍ଠ ୧୫ ପ୍ରତିଯୋଗୀଙ୍କ ମଧ୍ୟରେ ରହିଛନ୍ତି । ନବଦୀପ କୌରଙ୍କର ଘର ରାଉରକେଲାରେ । ସେହିପରି ପୂର୍ବରୁ ସେ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ । ଅକ୍ଟୋବର ୨୦୨୦ ରେ ମିସେସ୍ ଇଣ୍ଡିଆ ୱାର୍ଲ୍ଡର ଟାଇଟଲ୍ ଜିତିବା ପୂର୍ବରୁ ସେ ସହକାରୀ ପ୍ରଫେସର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ