ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ନେତାଜୀ ପୁରସ୍କାର-୨୦୨୨

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜ ଆବେଙ୍କୁ ନେତାଜୀ ପୁରସ୍କାର-୨୦୨୨ ମିଳିଛି । ରବିବାର ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ସିଞ୍ଜ ଆବେଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । କୋଲକାତାରେ ଥିବା ଜାପାନର କନସୁଲ୍‌ ଜେନେରାଲ୍‌ ନାକାମୁରା ୟୁଟାକା ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଭାରତରେ ଜାପାନର ରାଷ୍ଟ୍ରଦୂତ ଏହି କାର୍ଯ୍ୟକ୍ରମକୁ ନୂଆଦିଲ୍ଲୀରୁ ସମ୍ବୋଧିତ କରିଥିଲେ ।

ଏହି ପୁରସ୍କାର ଦେବା ସମୟରେ କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀଙ୍କର ନାତି ତଥା ନେତାଜୀ ରିସର୍ଚ୍ଚ ବ୍ୟୁରୋର ନିର୍ଦ୍ଦେଶକ ସୁଗତା ବୋଷ, ଆବେଙ୍କୁ ନେତାଜୀଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିଥିଲେ ।