ଇସାଲାମାବାଦ : ବଲୁଚିସ୍ତାନ ପ୍ରଦେଶରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆତଙ୍କୀ ହମଲା ସୁରକ୍ଷା ବାହିନୀ ଚେକ୍ ପୋଷ୍ଟ ଉପରେ ହୋଇଛି । ଏଥିରେ ୧୦ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନ ସେନା କହିଛି ଯେ ଏହି ପୋଷ୍ଟ କେଚ ଜିଲ୍ଲାରେ ଅବସ୍ଥିତ । ସେନାର ସୂଚନାନୁସାରେ ଏହି ଆକ୍ରମଣରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆତଙ୍କବାଦୀ ଆହତ ହୋଇଛନ୍ତି । ସେହିପରି ୩ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାଁନ୍ତି ।