ଭାଷ୍ୟକାର ତାଲିକାରୁ ବାଦ୍‌ ପଡିଲେ ଶାସ୍ତ୍ରୀ

ନୂଆଦିଲ୍ଲୀ : ଭାଷ୍ୟକାର ତାଲିକାରୁ ବାଦ୍‌ ପଡିଲେ ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ । ବିସିସିଆଇ ଜାରି କରିଥିବା ଭାରତ-ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଜାରି କରିଥିବା ଭାଷ୍ୟକାର ତାଲିକାରେ ଶାସ୍ତ୍ରୀଙ୍କ ନାଁ ନାହିଁ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତ-ୱେଷ୍ଟଇଣ୍ଡିଜ ସିରିଜ ପାଇଁ ବିସିସିଆଇ ପକ୍ଷରୁ ୭ଜଣିଆ ଭାଷ୍ୟକାର ତାଲିକା ଘୋଷଣା ହୋଇଛି । ଏହି ୭ଜଣ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାଷ୍ୟକାର ଦାୟିତ୍ୱ ତୁଲାଇବା ସହ ଟି-୨୦ ସିରିଜରେ ୬ଜଣ ଭାଷ୍ୟକାର ଦାୟିତ୍ୱ ତୁଲାଇବେ । ସୂଚନାଯୋଗ୍ୟ ରବି ଶାସ୍ତ୍ରୀ ଲଗାତର ଭାବେ ବିବାଦୀୟ ମନ୍ତବ୍ୟ ଦେଇ ଆସୁଛନ୍ତି ।